ଅଏଲ୍ ଟ୍ୟାଙ୍କର ଦୁର୍ଘଟଣା ପରେ ପରିବେଶକୁ ବିପଦ : ନଦୀରେ ଫର୍ଣ୍ଣେସ୍ ଅଏଲ୍ ମିଶିଲା, ମାଛ ମଲେଣି-ଲୋକଙ୍କ ହାତ କୁଣ୍ଡାଇ ହେଉଛି

Published By : Prameya-News7 Bureau | July 05, 2020 IST

ବଡ଼ବିଲ ୦୫।୦୭:  ଭାରସାମ୍ୟ ହରାଇ  ଓଲଟିଲା ଅଏଲ୍ ଟ୍ୟାଙ୍କର । ଦୁର୍ଘଟଣାରେ ନିର୍ଗତ  ଫର୍ଣ୍ଣେସ୍  ଅଏଲ୍ ବସ୍ତି ଅଞ୍ଚଳ ଦେଇ ନଦୀରେ ମିଶିଯାଇଛି । ଯାହାଫଳରେ ଅନେକ ମାଛ ମରି ଭାସୁଥିବାର ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଏନ୍ ଏଚ୍ ୫୨୦ କଳାପାହାଡ ତଲକ୍ ହଟିଙ୍ଗ୍ ନିକଟରେ ଘଟିଛି ଦୁର୍ଘଟଣା ।

{"id":296188,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ରାତିରେ ଭାରସାମ୍ୟ ହରାଇ  ଏକ ଅଏଲ୍ ଟ୍ୟାଙ୍କର ରାସ୍ତା କଡ଼କୁ ଓଲଟି ପଡିଥିଲା ।  UP 17 T 8114 ନମ୍ବର ଥିବା ଏହି ତେଲ  ଟ୍ୟାଙ୍କରଟି  ଫର୍ଣ୍ଣେସ୍  ଅଏଲ୍ ନେଇ ବଡ଼ବିଲରେ ଥିବା ଆରିୟା ଷ୍ଟିଲ ପ୍ଲାଣ୍ଟକୁ ଯିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଟ୍ୟାଙ୍କର  ଓଲଟିବା ଫଳରେ ସେଥିରେ ଥିବା  ବିଷାକ୍ତ ଫର୍ଣ୍ଣେସ୍  ଅଏଲ୍ ନିର୍ଗତ ହୋଇ ପାଖରେ ଥିବା ସୁନା ନଦୀରେ ମିଶିଯାଇଛି ।

{"id":296189,"sizeSlug":"large"}

ବିଷାକ୍ତ ତେଲ ପାଣିରେ ମିଶିଯିବା ଫଳରେ  ନଦୀରେ ଥିବା ମାଛ , ପୋକ ସବୁ ମରି ଭାସୁଥିବାର ଦେଖିବାକୁ ମିଳିଛି । ତେଲର ଦୁର୍ଗନ୍ଧ ଯୋଗୁଁ ନିକଟରେ ଥିବା ତଲକ୍  ହଟିଙ୍ଗ୍ ବସ୍ତିବାସିନ୍ଦା ରହିପାରୁନାହାନ୍ତି । ହଟିଙ୍ଗର କିଛି ଲୋକ  ନଦୀରେ ଗାଧୋଇବା  ଦ୍ୱାରା ସେମାନଙ୍କର  ଆଖି ଫୁଲିଯିବା ସହ ଦେହ ହାତ କୁଣ୍ଡେଇ ହେଉଥିବା ଅଭିଯୋଗ ହୋଇଛି। ।

{"id":296190,"sizeSlug":"large"}

ତେବେ ପ୍ରଶାସନ ପକ୍ଷରୁ  ତେଲ ସଫା କରିବାର ଵ୍ୟଵସ୍ଥା କରାଯାଇନାହିଁ ।  ହଟିଙ୍ଗ୍ ଅଂଚଳରୁ ଅତିଶିଘ୍ର ବିଷାକ୍ତ ତେଲକୁ ସଫା କରାଯିବା ସହ ସୁନା ନଦୀର ପାଣିକୁ ମଧ୍ୟ ତୁରନ୍ତ ସଫା କରିବାକୁ ଦାବି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.