ଭେନଜୁଏଲା ସଙ୍କଟ ଏବେ ଗୁରୁତର, ଦେଶଛାଡି ପଳାୟନ କରୁଛନ୍ତି ବୃତ୍ତିଜୀବି, ପେଟପାଇଁ ବେଶ୍ୟାବୃତିକୁ ଅପଣଉଛନ୍ତି ସାଧାରଣ ମହିଳା

Published By : Prameya-News7 Bureau | June 01, 2019 IST

ଦକ୍ଷିଣ ଆମେରିକାର ସବୁଠୁ ବିତ୍ତଶାଳୀଙ୍କ ଦେଶ ଭେନଜୁଏଲା ଏବେ ସାମାଜିକ ଓ ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହୋଇଛି । ସରକାରୀ ନୀତିର ତ୍ରୁଟିପୁର୍ଣ୍ଣ ପ୍ରୟୋଗ ପାଇଁ ଦେଶରେ ଏଭଳି ପରିସ୍ଥିତି ଉପୁଜିଥିବା ବେଳେ ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟସ ହସ୍ପିଟାଲ ଓ କର୍ପୋରେଟ କ୍ଷେତ୍ରରେ  କାମ କରୁଥିବା ବୃତ୍ତିଜୀବିମାନେ ଦେଶଛାଡି ପଳାୟନ କରୁଛନ୍ତି।  ପେଟପାଟଣା ପାଇଁ ସରକାରୀ ଅଧିକାରୀଙ୍କୁ ଶ୍ରମ କରୁଥିବା ଦେଖାଯାଉଥିବା ବେଳେ ପରିବାର ଚଳାଇବା ପାଇଁ  ସାଧାରଣ ମହିଳା ବେଶ୍ୟାବୃତି ଅପଣେଇ ନେଇଛନ୍ତି। 

{"id":118295,"width":587,"height":329}

ଦେଶର ଆର୍ଥିକ ଦୁସ୍ଥିତି ଯୋଗୁ ଏବେ ପ୍ରତିଦିନ ୫ହଜାରରୁ ଊର୍ଦ୍ଧ୍ବ ଲୋକ ଦେଶ ଛାଡୁଛନ୍ତି। ଲୋକଙ୍କ ଏଭଳି ପଳାୟନ ଲାଟିନ ଆମେରିକା ଇତିହାସରେ ପ୍ରଥମଥର ଦେଖାଯାଇଛି। ଆମନେଷ୍ଟି ଇଣ୍ଟରନ୍ୟାସନାଲ ଅନୁସାରେ ଭେନଜୁଏଲାର ସାମାଜିକ ସଂକଟ ଏବେ ସମଗ୍ର ଦକ୍ଷିଣ ଆମେରିକା ପାଇଁ ସବୁଠୁ ବଡ ମାନବାଧିକାର ସଂକଟର କାରଣ ପାଲଟିଛି । ଦୈନନ୍ଦିନ ଖାଦ୍ୟ ଆବଶ୍ୟକତା ପୂରଣ କରିପାରୁନଥିବାରୁ ଦେଶର ନାଗରିକ ପଡୋଶୀ ଦେଶମାନଙ୍କୁ ପଳାଉଛନ୍ତି।

{"id":118296,"align":"left","width":584,"height":405}

ଭେନଜୁଏଲା ଏକ ତୈଳ ସମୃଦ୍ଧ ଦେଶ। ହେଲେ ବି ଦେଶରେ ଉପୁଜିଥିବା ରାଜନୈତି ସଙ୍କଟ ଏଭଳି ପରିସ୍ଥିତି ସୃଷ୍ଟି କରିଛି। ଦେଶରେ ସରକାରଙ୍କ ଅନୁପସ୍ଥିତିରେ ସମସ୍ତ ବ୍ୟବସ୍ଥା ଧରାସାୟୀ ହୋଇଥିବା ବେଳେ ଲୋକେ ପଳାୟନ ପାଇଁ ବାଧ୍ୟ ହେଉଛନ୍ତି। ତେବେ ଭେନଜୁଏଲାର ଏଭଳି ପରିସ୍ଥିତି ପାଇଁ ପଡୋଶୀ ତ୍ରିନିଦାଦା ଓ ଟବାଗୋ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି। ଏହି ଦୁଇ ଦେଶକୁ ଭେନଜୁଏଲାର ଲୋକେ ପ୍ରବେଶ କରୁଥିବାରୁ ସେଠାକାର ଆର୍ଥିକ ଓ ସାମାଜିକ ବ୍ୟବସ୍ଥା ପ୍ରତି ଚାଲେଞ୍ଜ ସୃଷ୍ଟି ହୋଇଛି ।

{"id":118297}

ତେବେ ଭେନଜୁଏଲାର ଏଭଳି ପରିସ୍ଥିତି ନିକଟ ଅତୀତରେ ସୃଷ୍ଟି ହୋଇ ନାହିଁ । ହ୍ୟୁଗୋ ଚାଭେଜ ରାଷ୍ଟ୍ରପତି ଥିବା ବେଳେ ଉପୁଜିଥିବା ମୁଦ୍ରାସ୍ପିତି ନିୟନ୍ତ୍ରିତ ନ ହେବାରୁ ପରେ ତାଙ୍କ ଉତ୍ତରାଧିକାରୀ ନିକୋଲାସ ମାଡୁରୋ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣରେ ବିଫଳ ହୋଇଥିଲେ। ଫଳରେ ଦେଶରେ ଅତିସ୍ପିତି ଉପୁଜିଥିବା ବେଳେ ଲୋକେ ଏବେ ଅନ୍ନକଣିକାଟିଏ ପାଇଁ ଡହଳବିକଳ ହେଉଛନ୍ତି। ପରିସ୍ଥିତି ଏବେ ଏପରି ହୋଇଛି ଯେ ୧୯୮୫-୯୪ ବ୍ରାଜିଲ ଆର୍ଥିକ ସଂକଟ ବେଳେ ଆମେରିକା ଶିକାର ହୋଇଥିବା ମହାମାନ୍ଦାବସ୍ଥାକୁ ବି ବଳାଇଯାଇଛି। ଯଦି ଏପରି ଅବସ୍ଥା ଆଉ କିଛି କାଳ ରହେ ତେବେ ଭେନଜୁଏଲା ରାସ୍ତା ଘାଟରେ ଜଣେ ଲୋକ ବି ଦେଖା ମିଳିବେ କି ନା ସେ ନେଇ ଅନ୍ତରାଷ୍ଟ୍ରୀୟ ସଂସ୍ଥାନମାନେ ଆଶଙ୍କା ପ୍ରକାଶ କଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.