Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ମାଲେସିଆ ଜାହାଜରୁ ତେଲ କାଢିବା ପ୍ରକ୍ରିୟା ଆରମ୍ଭ, କଲିକତା ଏବଂ ବାଲେଶ୍ବରର ଟିମ୍ ନିୟୋଜିତ

28/08/2019 at 4:12 PM

କୃଷ୍ଣପ୍ରସାଦ ୨୮୮:  ଗତ ୮ ତାରିଖରେ ଚିଲିକା ମୁହାଣ ରାଜହଂସ ଲାଗିଥିବା ମାଲେସିଆ ଜାହାଜ ‘ଜିନ ହାହ୍ଵା’ରୁ ତେଲ କାଢିବା ପ୍ରକ୍ରିୟା ଆରମ୍ଭ କଲା ଜାହାଜ କମ୍ପାନୀ ।

ବାରମ୍ବାର ରାଜ୍ୟ ସରକାରଙ୍କ ତାଗିତ ପରେ ଦୀର୍ଘ ୨୨ ଦିନ ପରେ ଜାହାଜରୁ ତେଲ କାଢ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଜାହାଜ କମ୍ପାନୀ । ତେଲ କାଢ଼ିବା ପାଇଁ କଲିକତାରୁ ୩ ଜଣିଆ, ବାଲେଶ୍ବରରୁ ୬ ଜଣିଆ ଟିମ୍ ପହଞ୍ଚିଛନ୍ତି ।

୫୫୦ ମିଟର ପାଇପ୍ ଜାହାଜଠାରୁ ଜଙ୍ଗଲ ମଧ୍ୟ ଦେଇ ଚିଲିକା କୂଳ ଯାଏଁ ବିଛା ଯାଇଛି । ସମସ୍ତ ପ୍ରକ୍ରିୟା ସରିବା ପରେ ଜାହାଜରୁ ତେଲ କଢ଼ାଯିବ । ଏହି ପ୍ରକ୍ରିୟା ଦୁଇ ଦିନ ଲାଗିବ ବୋଲି କହିଛନ୍ତି ବାଲେଶ୍ବରରୁ ଆସିଥିବା ଟିମ୍ ।

ସେପଟେ ତେଲ ବାହାରିବା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଜାହାଜର କଣ୍ଟେନରଟି ସମୁଦ୍ରର ଜୁଆରରେ ମାଡ଼ ହୋଇ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ଏବେ ମଧ୍ୟ ଆତଙ୍କିତ ହୋଇ ଅଛନ୍ତି ସ୍ଥାନୀୟ ମସ୍ୟଜୀବୀ ।

ଜାହାଜରୁ ତେଲ ବାହାର କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କଣ୍ଟେନର ଭାଙ୍ଗିବା ଘଟଣା ପୁଣି ଚର୍ଚ୍ଚାର ବିଷୟ ହୋଇଛି । କେବେ ଜାହାଜକୁ ଚିଲିକା ମୁହାଣରୁ ହଟାଯାଉଛି ତାହା ଦେଖିବାକୁ ବାକି ରହିଲା ।

   Related Posts