ଦେଶରେ ଲଗାମ ଛଡା ତୈଳ ଦର, ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦାମ

Published By : Prameya-News7 Bureau | February 23, 2021 IST

ନୂଆଦିଲ୍ଲୀ ୨୩/୦୨ : ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ୨ଦିନ ଶାନ୍ତ ରହିବା ପରେ ମଙ୍ଗଳବାର ପୁଣି ଥରେ ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ପାଇ ଲିଟର ପିଛା ୯୦.୯୩ ଟଙ୍କା ହୋଇଛି । ସେହିଭଳି ଡିଜେଲ ଦର ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି । ଦେଶର କିଛି ସହରରେ ପେଟ୍ରୋଲ ଦର ୧୦୦ ପାର୍‌ କରିଗଲାଣି । ସୋମବାର ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଜ୍‌ ପିଛା ୬୫ ଡଲାର ଅତିକ୍ରମ କରିଛି ।

ଭାରତରେ ତୈଳ ଦର ରେକର୍ଡ ସ୍ତରରେ ପହଞ୍ଚିଛି । ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ ଏଥିରେ ଲଗାମ୍‌ ଲାଗିପାରୁନାହିଁ । ପ୍ରିମିୟମ ପେଟ୍ରୋଲ ଦର ମଧ୍ୟ ୧୦୦ ଟଙ୍କା ପ୍ରତି ଲିଟର ପାର କରିଛି । ରାଜସ୍ଥାନର ଶ୍ରୀନଗର ଓ ମଧ୍ୟ ପ୍ରଦେଶର ଅନୁପପୁରରେ ପେଟ୍ରୋଲ ୧୦୦ ଟଙ୍କା ପାର କରିଛି । ସେହିଭଳି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୯୭.୩୪ ଟଙ୍କା ଏବଂ ଡିଜେଲ ଦର ୮୮.୪୪ ଟଙ୍କ ରହିଛି । କୋଲକାତାରେ ପେଟ୍ରୋଲ ୯୧.୧୨ ଏବଂ ଡିଜେଲ ୮୪.୧୯ ଟଙ୍କର ରହିଛି ।

ସେହିଭଳି ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି । ପେଟ୍ରୋଲ ୦୭ ପଇସା ବୃଦ୍ଧି ପାଇ ଲିଟର ପିଛା ୯୧.୬୬ ଟଙ୍କା ରହିଛି । ସେହିପରି ଡିଜେଲ ଦର ୧୧ ପଇସା ବୃଦ୍ଧି ପାଇ ଲିଟର ପିଛା ୮୮.୬୩ ଟଙ୍କା ରହିଛି ।

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ଲଗାମ ଲଗାଇବା ପାଇଁ ୪ ରାଜ୍ୟ ସରକାର ଭାଟ୍‌ କମ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଟିକସ୍‌କମାଇବା ନେଇ କୌଣସି ସଙ୍କେତ ଦେଇନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.