ଆମେରିକାରେ ତୈଳ ଦର ଶୂନ ଡଲାର ତଳେ, ଭାରତ ଉପରେ କଣ ପଡିବ ପ୍ରଭାବ ?

Published By : Prameya-News7 Bureau | April 21, 2020 IST

ଓ୍ୱାଶିଂଟନ, ୨୧|୦୪:  ଆମେରିକା ବଜାରରେ ଆଶୋଧିତ ତୈଳ ଦରରେ ଏତିହାସିକ ହ୍ରାସ ପରିଲକ୍ଷିତ ହୋଇଛି । ଓ୍ୱେଷ୍ଟ୍ ଟେକସାସ ଇଣ୍ଟରମିଡିଏଟରେ ମାର୍କେଟରେ ମେ’ ମାସର ଭବିଷ୍ୟତ ଦର ବ୍ୟାରେଲ ପିଛା ମାଇନସ୍ ୩୭.୬୩ ଡଲାରରେ ପହଁଚିଛି । ଏହି ରେଟ୍ ବର୍ତ୍ତମାନର ବଜାର ନୁହେଁ ଭବିଷ୍ୟତ ଦର ପାଇଁ ଅଟେ ।

ସାରା ବିଶ୍ୱରେ କରୋନା ଭାଇରସ ପାଇଁ ଲକଡାଉନ ଜାରି ରହିଛି । ଫଳରେ ତୈଳ କାରବାର ଓ ଚାହିଦା କମି ଯାଇଛି । ଯେଉଁ ଦେଶ ମେ’ ମାସ ପାଇଁ ଆଗୁଆ ତୈଳ ଆମଦାନୀ କରିବେ ବୋଲି ଚୁକ୍ତି କରିଥିଲେ ଏବେ ସେମାନେ ରାଜି ହେଉ ନାହାଁନ୍ତି । ସେମାନଙ୍କ ପାଖରେ ପୂର୍ବରୁ ଏତେ ପରିମାଣରେ ତେଲ ରହିଛି ଯାହା ହ୍ରାସ ପାଇ ନାହିଁ । ଏପରିକି ତୈଳ ଉତ୍ପାଦନକାରୀ କମ୍ପାନୀମାନେ ଓଲଟା ଟଙ୍କା ନେବା ସହ ତୈଳ ନିଅନ୍ତୁ ବୋଲି ମଧ୍ୟ କହୁଛନ୍ତି । ଏହା ଅଶୋଧିତ ତୈଳ ଇତିହାସରେ ପ୍ରଥମ ଥର ପାଇଁ ହୋଇଛି ।

{"id":257687,"width":749,"height":421,"sizeSlug":"large"}

ସେହିପରି ଜୁନରେ ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ୨୨.୧୫ ଡଲାର ଥିଲା । ଅର୍ଥାତ ଗୋଟିଏ ମାସରେ ତୈଳ ଦରରେ ୬୦ ଡଲାରର ଫରକ ଦେଖିବାକୁ ମିଳିପାରେ ।

ଭାରତୀୟ ବଜାରରେ କଣ ପଡିବ ପ୍ରଭାବ

ଏବେ ଏହି କଥାକୁ ବୁଝିବା ଆବଶ୍ୟକ ଯେ ଆମେରିକା ବଜାରରେ ତୈଳ ଦାମ ହ୍ରାସ ପାଇଲେ ଭାରତରେ ଏହାର କଣ ପ୍ରଭାବ ପଡିବ । ତେବେ ଭାରତକୁ ବେଶୀ କିଛି ଫରକ ପଡିବ ନାହିଁ । ପ୍ରକୃତରେ ଭାରତକୁ ଯେଉଁ ତେଲ ଆସିଥାଏ ତାହା ଲଣ୍ଡନ ଓ ଖାଡି ଦେଶରୁ ଆସିଥାଏ । ଏହାର ଦାମର ୮୦ ପ୍ରତିଶତ ଓପେକ ଦେଶ ଓ ବାକି ଅଂଶ ଲଣ୍ଡନ ନିର୍ଧାରଣ କରିଥାଏ । ସୋମବାର ଜୁନ ପାଇଁ ଭବିଷ୍ୟତ ତୈଳ ଦର ବ୍ୟାରେଲ ପିଛା ୨୬ ଡଲାର ରହିଥିଲା । ମେ’ରେ ଏହା ବ୍ୟାରେଲ ପିଛା ୨୩ ଡଲାର ରହିଛି ।

wp:core-embed/twitter {"url":"https://twitter.com/amitabhk87/status/1252305615017263104?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1252305615017263104\u0026ref_url=https%3A%2F%2Fwww.businesstoday.in%2Fcurrent%2Feconomy-politics%2Foil-now-cheaper-than-a-bottle-of-coke-niti-aayog-ceo%2Fstory%2F401555.html","type":"rich","providerNameSlug":"twitter","className":""}
https://twitter.com/amitabhk87/status/1252305615017263104?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1252305615017263104&ref_url=https%3A%2F%2Fwww.businesstoday.in%2Fcurrent%2Feconomy-politics%2Foil-now-cheaper-than-a-bottle-of-coke-niti-aayog-ceo%2Fstory%2F401555.html
/wp:core-embed/twitter

ତେବେ ବର୍ତ୍ତମାନ ତୈଳ ଦର ବ୍ୟାରେଲ ପିଛା ୨୫ ଡଲାର ରହିଛି । ସେହିପରି ଭାରତୀୟ ବଜାରରେ ଏହା ୨୦ ଡଲାର ରହିଛି । ଅର୍ଥାତ ଭାରତରେ ଅଶୋଧିତ ତୈଳ ଦର ହେଉଛି ବ୍ୟାରେଲ ପିଛା ୨୦ ଡଲାର । ଆମେରିକାରେ ତୈଳ ଦରକୁ ନେଇ ଏହା ଏବେ କୋକ୍ ବଟଲଠୁ ମଧ୍ୟ କମ ବୋଲି କହିଛନ୍ତି ନିତି ଆୟୋଗ ସିଇଓ ଅମିତାଭ କାନ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.