ରେକର୍ଡ ଭାଙ୍ଗୁଛି ତେଲ ଦର

Published By : Prameya-News7 Bureau | May 24, 2018 IST

ରେକର୍ଡ ଭାଙ୍ଗୁଛି ତେଲ ଦର । କ୍ରମାଗତ ୧୦ଦିନ ହେଲା ବୃଦ୍ଧି ପାଉଛି ପେଟ୍ରୋଲ ଓ ଡିଜେଲ ଦର । ମୁମ୍ବାଇରେ ଗୋଟିଏ ଲିଟର ପେଟ୍ରୋଲ ଦର ହେଉଛି ୮୫ଟଙ୍କା । ଚେନ୍ନାଇରେ ମଧ୍ୟ ୮୦ଟଙ୍କା ଅତିକ୍ରମ କଲାଣି । ବୁଧବାର ଭୁବନେଶ୍ବରରେ ପେଟ୍ରୋଲ ଦର ୭୬ଟଙ୍କା ୨୮ପଇସା ଓ ଡିଜେଲ ଦର ୭୩ଟଙ୍କା ୪୬ପଇସା ରହିଛି । ଚଳିତ ମାସ ୧୪ତାରିଖରୁ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି । ତେଲ ଦର କେବେ କମିବ ତାହାର କୌଣସି ସଂକେତ ଏପର୍ଯ୍ୟନ୍ତ ମିଳୁନି । ଚଳିତ ସପ୍ତାହରେ ଦର ନିୟନ୍ତ୍ରଣ ପାଇଁ ପଦକ୍ଷପ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି । କିନ୍ତୁ କେଉଁ ଉପାୟରେ ଦର କମାଇବେ ତାହା ଜାଣି ପାରୁନାହାନ୍ତି । ସେପଟେ ତେଲ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୨୮, ୨୯ ଓ ୩୦ତାରିଖରେ ସବୁ ବ୍ଲକରେ ଆନ୍ଦୋଳନ କରିବ ବିଜେଡି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.