୫୦ ପ୍ୟାକେଟ୍ ଚୋରି ତେଲ ଜବତ, ୪ଅଟକ

Published By : Prameya-News7 Bureau | July 08, 2020 IST

ବ୍ରହ୍ମପୁର ୦୮।୦୭: ଚୋରି ତେଲ ପ୍ୟାକେଟ୍‌ ଉଦ୍ଧାର । ପୁରୁଣା ବ୍ରହ୍ମପୁର ମାର୍ଥାସାହି ନିକଟରେ ଥିବା ଏକ ଶୌଚାଳୟରୁ ଚୋରି ହୋଇଥିବା ତେଲ ପ୍ୟାକେଟ୍‌ ଉଦ୍ଧାର କରାଯାଇଛି । ବଡ ବଜାର ଥାନା ପୋଲିସ ସମସ୍ତ ତେଲ ପ୍ୟାକେଟକୁ ଜବତ କରିଛି ।

{"id":297650,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଗାସାହିରେ ଥିବା ଏକ ଗୋଦାମରୁ ଗତ କିଛି ଦିନ ତଳେ ତେଲ ପ୍ୟାକେଟ୍‌ ଚୋରି ହୋଇଥିବା ଅଭିଯୋଗ କରିଥିଲା ଗୋଦାମ ମାଲିକ । ଏହାପରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ତେବେ ଆଜି ଜବତ ହୋଇଥିବା ତେଲ ପ୍ୟାକେଟ୍‌ ସେହି ଗୋଦାମର ବୋଲି ଅନୁମାନ କରାଯାଉଛି । ପୋଲିସ ୫୦ ତେଲ ପ୍ୟାକେଟ୍‌ ଜବତ କରିବା ସହ ୪ଜଣ ଅଟକ ରଖି ପଚରାଉଚରା ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.