Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

କରୋନା ପାଇଁ ତୈଳ ବଜାର ଠପ୍ , ୨୦ ଡଲାରକୁ ଖସିବ ଅଶୋଧିତ ତୈଳ ବ୍ୟାରେଲ

30/03/2020 at 11:03 AM

ନୂଆଦିଲ୍ଲୀ, ୩୦|୦୩: କରୋନା ଭାଇରସ ପ୍ରଭାବରେ ବିଶ୍ୱର ତୈଳ ବଜାରର କାରବାର ଏକ ପ୍ରକାର ଠପ ହୋଇଯାଇଛି । ତୈଳ ଆମଦାନୀ କରୁଥିବା ବଡ ବଡ ଦେଶ ଯଥା ଭାରତ, ଚୀନରେ ଲକଡାଉନ ହେତୁ ତୈଳ ଚାହିଦା କମ ହୋଇଛି । ଫଳରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଅହେତୁକ ହ୍ରାସ ପାଇଛି । ଆଗକୁ ଏହାର ମୂଲ୍ୟ ବ୍ୟାରେଲ ପିଛା ୨୦ ଡଲାରକୁ ଖସିପାରେ ବୋଲି ଅନୁମାନ କରାଯାଉଛି ।

ଭାରତ ବିଶ୍ୱର ତୃତୀୟ ବୃହତ ଅଶୋଧିତ ତୈଳ ଆମଦାନୀ କରୁଥିବା ଦେଶ । ଦେଶରେ ଏବେ ଲକଡାଉନ ଘୋଷଣା ହୋଇଛି । ଫଳରେ ରେଳ, ଯାନବାହାନ ଚଳାଚଳ ସହ ଅନେକ ଶିଳ୍ପାନୁଷ୍ଠାନ ବନ୍ଦ ହୋଇ ରହିଛି । ଶକ୍ତି ଓ ମୁଦ୍ରା ବିଶେଷଜ୍ଞ ଅନୁଜ ଗୁପ୍ତା କହିଛନ୍ତି ଯେ, ଅନ୍ୟ ଦେଶରେ ମଧ୍ୟ ତୈଳ ଚାହିଦା କମ ହୋଇଯାଇଛି । ଫଳରେ ତୈଳ ବିକ୍ରିକୁ ନେଇ ଚାପ ସୃଷ୍ଟି ହେଉଛି । ଆଗାମୀ ଦିନରେ ଅଶୋଧିତ ତୈଳ ଦର ୨୦ ଡଲାରରୁ ହ୍ରାସ ପାଇବ । ଆମେରିକୀୟ ଲାଇଟ୍ କ୍ରୁଡ୍ ବେସଡ୍ ଟେକସାସର ଦାମ ମଧ୍ୟ ୧୭ ଡଲାକୁ ଖସିପାରେ ।

ଅନ୍ତରାଷ୍ଟ୍ରୀୟ ବଜାରରେ ଶୁକ୍ରବାର ଅଶୋଧିତ ତୈଳ ଦର ୨୪.୧୩ ଡଲାରକୁ ଖସି ଆସିଥିଲା । ଜାନୁଆରୀ ୮ରେ ଏହାର ଦାମ ବ୍ୟାରେଲ ପିଛା ୭୧. ୭୫ ଡଲାର ରହିଥିଲା ।

ଆଉ ଜଣେ ବିଶେଷଜ୍ଞଙ୍କ କହିବାନୁସାରେ, ତୈଳ ଦରରେ ଯେଉଁ ହ୍ରାସ ପରିଲକ୍ଷିତ ହେଉଛି ତାହା ଅଧିକ ଦିନ ରହିବ ନାହିଁ । ବିଭିନ୍ନ ଦେଶରେ ଲକଡାଉନ ହଟିବା ପରେ ଏହାର ଚାହିଦା ବୃଦ୍ଧି ପାଇବ । ଆମେରିକା ବର୍ତ୍ତମାନ କମ ତୈଳ ଉତ୍ପାଦନ କରିପାରେ । ଏହାପରେ ଅନ୍ୟ ପ୍ରମୁଖ ତତୈଳ ଉତ୍ପାଦନକାରୀ ଦେଶ ମଧ୍ୟ ଉତ୍ପାଦନ ପରିମାଣ କମ କରିବେ ।

   Related Posts