କଳିଙ୍ଗା ଘାଟିରେ ଓଲଟିଲା ତେଲ ବୋଝେଇ ଟ୍ରକ୍, ଚାପି ହୋଇ ରହିଗଲେ ଡ୍ରାଇଭର

Published By : Prameya-News7 Bureau | March 12, 2021 IST

ଜି.ଉଦୟଗିରି ୧୨।୩: କଳିଙ୍ଗା ଘାଟିରେ ଓଲଟିଲା ଟ୍ରକ୍ । ଦୁର୍ଘଟଣା ଫଳରେ ଡ୍ରାଇଭର ଗାଡିରେ ଚାପି ହୋଇ ରହିଯାଇଥିଲା ।

{"id":421631,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳୁ କଳିଙ୍ଗା ଘାଟି ଖସୁଥିବା ବେଳେ ଏକ ତେଲ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣା ଫଳରେ ଗାଡିରେ ଥିବା ତେଲ ପ୍ୟାକେଟ୍ ସବୁ ନଷ୍ଟ ହୋଇଯାଇଛି ।

{"id":421632,"sizeSlug":"large","linkDestination":"none"}

ଗାଡି ଡ୍ରାଇଭର ଚାପି ହୋଇ ରହିଯାଇଥିବା ବେଳେ ଜି.ଉଦୟଗିରି ଦମକଳ ବାହିନୀ ଯାଇ ଉଦ୍ଧାର କରିଛି । ଗାଡିରେ ଅତ୍ୟଧିକ ପରିମାଣରେ ତେଲ ବୋଝେଇ ହୋଇଯାଇଥିଲା । ତେଣୁ ଦ୍ରୁତ ଗତିରେ ଘାଟିରୁ ଖସୁଥିବା ବେଳେ ଅନ୍ଧାରିକୋଟି ପାଖ ଏକ ବୁଲାଣିରେ ଗାଡିଟି ଓଲଟି ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.