କାଉଡିଆ ନଦୀରେ ଭାସୁଛି ତେଲ ; ମାଛ ମଡ଼କ ଆଶଙ୍କା
24/07/2018 at 12:54 PM

ପାରାଦୀପ ସ୍ଥିତ ଅଠରବାଙ୍କି ଠାରେ ବହି ଯାଇଥିବା କାଉଡ଼ିଆ ନଦୀ ରେ ଭସା ତେଲର ଆସ୍ତରଣ ଦେଖିବାକୁ ମିଳିଛି। ଏହି ତେଲ ନଦୀ ନିକଟରେ ଯାଇଥିବା ପାଇପ୍ ଲାଇନ୍ ରୁ ଲିକ୍ ହୋଇଥିବା ସନ୍ଦେହ କରାଯାଉଛି। ତେବେ କିପରି ଓ କେଉଁ ତେଲ ଏହି ନଦୀ ରେ ମିଶିଛି ତାହା ସ୍ପଷ୍ଟ ହୋଇନାହିଁ। ତେବେ ଆଜି ଏହି ନଦୀ ର ଜଳରେ ପ୍ରଚୁର ପରିମାଣର ତେଲ ଭାସୁଥିବା ର ଦେଖି ସ୍ଥାନୀୟ ଲୋକେ ପ୍ରଥମେ ସୂଚନା ଦେଇଥିଲେ। ତେଲ ର ବାସ୍ନା ଓ ତେଲ ର ରଙ୍ଗ ପାଣି ଉପରେ ଦେଖିବାକୁ ମିଳିଥିବାରୁ ସ୍ଥାନୀୟ ଲୋକେ ବ୍ୟତିବ୍ୟସ୍ତ ହୋଇ ପଡିଛନ୍ତି। ତେବେ ଏହିପରି ପୂର୍ବରୁ ମଧ୍ୟ ଲିକ୍ ତେଲ ଏହି ନଦୀ ରେ ମିଶି ଅନେକ ଜଳଜୀବ କ୍ଷତିଗ୍ରସ୍ତ ହୋଇଥିଲେ। ସେହିପରି ଆଜି ମଧ୍ୟ ଜଳ ପ୍ରଦୂଷିତ ହୋଇ ଥିବାରୁ ଅନେକ ଜଳଜୀବ ମରିବା ଆଶଙ୍କା କରାଯାଉଛି।