Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଡିଜେଲ ଓ ପେଟ୍ରୋଲର ନୂଆ ଦର ଜାରି, ଜାଣନ୍ତୁ କମିଲା ନା ବଢ଼ିଲା!

10/11/2021 at 5:18 PM

ନୂଆଦିଲ୍ଲୀ ୧୦।୧୧: ତୈଳ କମ୍ପାନୀମାନେ ବୁଧବାର ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରିଛନ୍ତି। ତେବେ ଏଥିରେ ମୂଲ୍ୟ ହ୍ରାସ କି ବୃଦ୍ଧି ହୋଇ ନାହିଁ। ଦର ସଂଶୋଧନ ପ୍ରତ୍ୟେକ ଦିନ ସକାଳ ୬ଟାରେ ଜାରି ହୁଏ। ସେହି ଅନୁସାରେ ନୂଆ ଦର ଜାରି କରା ଯାଇଥିଲେ ବି ସମତୁଲ ରହିଛି। ତେବେ ଦେଶର ତୈଳ ଦର ଏବେବି ଐତିହାସିକ ସ୍ତରରେ ରହିଛି। ମୂଲ୍ୟ ବୃଦ୍ଧି ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ସରକାର ଏକ୍ସାଇଜ୍‌ ଡ୍ୟୁଟି ହ୍ରାସ କରିଛନ୍ତି। ଏଣୁ ବିଭିନ୍ନ ରାଜ୍ୟ ସରକାରମାନେ ମଧ୍ୟ ନିଜ ଆଡୁ କିଛି କିଛି ଭାଟ ରିହାତି ଦେବା ଦେଶରେ ବଢି ଚାଲିଥିବା ତୈଳ ଦରରେ ରୋକ ଲଗାଇଛି।

ନୂଆ ଦର ଅନୁସାରେ ବୁଧବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୩ଟଙ୍କା ୬୭ ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ୮୬ ଟଙ୍କା ୬୭ ପଇସାରେ ବିକ୍ରି ହେଉଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୧୦୯ଟଙ୍କା ୯୮ ଓ ଡିଜେଲ ୯୪ଟଙ୍କା ୧୪ ପଇସା ମୂଲ୍ୟରେ ବିକ୍ରି ହେଉଛି। ଚେନ୍ନାଇରେ ଏକ ଲିଟର ପେଟ୍ରୋଲ ୧୦୧ଟଙ୍କା ୪୦ ଓ ଡିଜେଲ ୯୧ ଟଙ୍କା ୪୩ ପଇସା ଦରରେ ବିକ୍ରି ହେଉଛି। କୋଲକାତାରେ ପେଟ୍ରୋଲ ୧୦୪ଟଙ୍କା ୬୭ ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ୧୦୧ଟଙ୍କା ୫୬ ପଇସାରେ ବିକ୍ରି ହେଉଛି।  

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୮୪ ପଇସା ଓ ଡିଜେଲ ୯୧ଟଙ୍କା ୬୫ ପଇସା ଦରରେ ବିକ୍ରି ହେଉଛି । ମଙ୍ଗଳବାର ଡିଜେଲ ଲିଟର ପିଛା ଦର  ୬୦ ପଇସା ହ୍ରାସ ହୋଇଥିଲା। ତେବେ ବୁଧବାର ୨୨ ପଇସା ବୃଦ୍ଧି ହୋଇଛି। ସେହିପରି ମଙ୍ଗଳବାର ୬୨ ପଇସା ହ୍ରାସ ହୋଇଥିବା ପେଟ୍ରୋଲ ବୁଧବାର ୨୩ ପଇସା ବଢିଛି।

   Related Posts