Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପୁଣି ବଢିଲା Diesel ଓ Petrol ଦର, ଜାଣନ୍ତୁ ୮ ଦିନରେ ମହଙ୍ଗା ହେଲା କେତେ ?

14/06/2020 at 1:13 PM

ନୂଆଦିଲ୍ଲୀ ୧୪।୬:  ପୁଣି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ । ତୈଳ କମ୍ପାନୀମାନେ ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ରବିବାର ଘୋଷଣା କରିଥିବା ବେଳେ ପେଟ୍ରୋଲ ପ୍ରତି ଲିଟର ୬୨ ପଇସା ଓ ଡିଜେଲ ୬୪ ପଇସା ମହଙ୍ଗା ହୋଇଛି। ଜୁନ ୨୦୧୭ ପରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଏହା ସର୍ବାଧିକ ବୃଦ୍ଧି ବୋଲି ଜଣାପଡିଛି। ଏହି ମୂଲ୍ୟ ବୃଦ୍ଧି ସାରା ଦେଶରେ ହୋଇଥିବା ବେଳେ ରାଜ୍ୟମାନଙ୍କର ସ୍ଥାନୀୟ ଶୁଳ୍କ ଓ ଭାଟ୍ ଯୋଗୁ ବିଭିନ୍ନ ସ୍ଥାନରେ ଦର ଭିନ୍ନ ଭିନ୍ନ ରହିବ।

ଜୁନ ୨୦୧୭ ପରେ ତୈଳ କମ୍ପାନୀମାନେ ଦୈନିକ ଆଧାରରେ ମୂଲ୍ୟ ସମୀକ୍ଷା କରୁଛନ୍ତି। ସେବେଠାରୁ ପେଟ୍ରୋଲ ଲିଟର ପିଛା ୬୨ ପଇସା ଓ ଡିଜେଲ ୬୪ ପଇସା ବୃଦ୍ଧି ନିଷ୍ପତ୍ତି ସର୍ବାଧିକ ବୋଲି ଜଣାପଡିଛି। କରୋନା ଲକଡାଉନ ଯୋଗୁ ତୈଳ କମ୍ପାନୀମାନେ ଗତ ୮୨ ଦିନ ହେଲା ମୂଲ୍ୟ ସଂଶୋଧନ କରିନଥିଲେ। ତେବେ ଗତ ଜୁନ ୭ ତାରିଖରୁ ଖର୍ଚ୍ଚକୁ ଆଧାର କରି ପୁଣି ମୂଲ୍ୟ ସଂଶୋଧନ ଆରମ୍ଭ ହୋଇଥିଲା। ଫଳରେ ଗତ ୮ ଦିନରେ ପେଟ୍ରୋଲ ଲିଟର ପିଛା ମୂଲ୍ୟରେ ୪ଟଙ୍କା ୫୨ ପଇସା ବଢିଥିବା ବେଳେ ଡିଜେଲ ମୂଲ୍ୟରେ ୪ଟଙ୍କା ୬୪ ପଇସା ବୃଦ୍ଧି ହୋଇଛି।

ଦୈନିକ ମୂଲ୍ୟ ସମୀକ୍ଷା ଆରମ୍ଭ ହେବାର ୮ ଦିନରେ ଏହା ସର୍ବାଧିକ ମୂଲ୍ୟବୃଦ୍ଧି ବୋଲି ଜଣାପଡିଛି। ତେବେ କରୋନା ଭାଇରସ ସଂକ୍ରମଣ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସର ଲାଭ ନେବାକୁ ତଥା ଅରିକ୍ତ ସଂଶାଧନ ଯୋଗାଡ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ମାର୍ଚ୍ଚ ୧୪ ତାରିଖରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଉତ୍ପାଦନ ଶୁଳ୍କ ୩ ଟଙ୍କା ବୃଦ୍ଧି କରିଥିଲେ। ସରକାରଙ୍କ  ଏହି ନିଷ୍ପତ୍ତି ପରେ ତୈଳ କମ୍ପାନୀମାନେ ଦୈନିକ ମୂଲ୍ୟ ସମୀକ୍ଷା ବନ୍ଦ କରିଦେଇଥିଲେ।

ଏହା ପରେ ସରକାର ମେ ୫ ତାରିଖ ଦିନ  ପୁଣି ଥରେ ପେଟ୍ରୋଲ ପ୍ରତି ଲିଟର ୧୦ଟଙ୍କା ଡିଜେଲ ପ୍ରତି ଲିଟର ମୂଲ୍ୟରେ ୧୩ଟଙ୍କା ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି। ତେବେ ଦ୍ୱିତୀୟବାର ସରକାରଙ୍କ ଉତ୍ପାଦ ଶୁଳ୍କ ବୃଦ୍ଧି ଭାର ତୈଳ କମ୍ପାନୀମାନେ ଗ୍ରାହକଙ୍କ ଉପରେ ଥାପିବା ବଦଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସରେ ଆଡଜଷ୍ଟ କରିଦେଇଥିଲେ।

   Related Posts