Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

୫୫ ଦିନରେ ୮ଟଙ୍କା ମହଙ୍ଗା ହେଲାଣି ଇନ୍ଧନ ଦର, ରବିବାର ପେଟ୍ରୋଲ ଲିଟର ପିଛା ୩୫ ଓ ଡିଜେଲ ୨୫ ପଇସା ବଢ଼ିଲା

27/06/2021 at 2:44 PM

ନୂଆଦିଲ୍ଲୀ ୨୭।୬: ତୈଳ କମ୍ପାନୀମାନେ ରବିବାର ପୁଣି ଥରେ ପେଟ୍ରୋଲ ଓ ଡିଜେର ଦର ବୃଦ୍ଧି କରିଛନ୍ତି। ପେଟ୍ରୋଲ ପ୍ରତି ଲିଟର ୩୫ ଓ ଡିଜେଲ ୨୫ ପଇସା ବୃଦ୍ଧି ହୋଇଛି। ଫଳରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଏପର୍ଯ୍ୟନ୍ତ ସର୍ବୋଚ୍ଚସ୍ତରକୁ ପହଞ୍ଚିଛି। ତୈଳ କମ୍ପାନୀମାନେ ଗତ ୫୫ ଦିନ ହେଲା ଇନ୍ଧନ ଦର ବୃଦ୍ଧି କରିଚାଲିଛନ୍ତି। ଫଳରେ ଏ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ୮ ଟଙ୍କା ୧୭ ପଇସା ମହଙ୍ଗା ହେଲାଣି।

ତୈଳ କମ୍ପାନୀଙ୍କ ଦର ସଂଶୋଧନ ପରେ ରାଜଧାନୀ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୯୮ ଟଙ୍କା ୪୬ ପଇସାକୁ ପହଞ୍ଚିଥିବା ବେଳେ ଡିଜେଲ ୮୮ ଟଙ୍କା ୯୦ ପଇସା ଦରରେ ବିକ୍ରି ହେଉଛି। ଦିଲ୍ଲୀରେ ତୈଳର ଏହା ବେଞ୍ଚମାର୍କ ଦର। ତେବେ ଅନ୍ୟ ରାଜ୍ୟମାନଙ୍କରେ ରାଜ୍ୟ କର ଓ ସ୍ଥାନୀୟ ଶୁଳ୍କର ଭିନ୍ନତା ହେତୁ ମୂଲ୍ୟରେ ତାରତମ୍ୟ ରହିଛି। ରାଜସ୍ଥାନରେ ଅନେକ ସମୟ ପୂର୍ବରୁ ପେଟ୍ରୋଲ ଲିଟର ପିଛା ଦର ୧୦୦ ଟଙ୍କା ପାର ହୋଇ ସାରିଛି। ରାଜ୍ୟର ଶ୍ରୀଗଙ୍ଗା ନଗରରେ ପେଟ୍ରୋଲର ନୂଆ ଦର ଲାଗୁ ପରେ ଏଠାରେ ଲିଟର ପିଛା ଦର ୧୦୯ ଟଙ୍କା ୬୭ ପଇସାକୁ ପହଞ୍ଚିଛି। ସେହିପରି ଏଠାରେ ଡିଜେଲ ଲିଟର ପିଛା ୧୦୨ଟଙ୍କା ୧୨ ପଇସା ଦରରେ ବିକ୍ରି ହେଉଛି।

ତେବେ ଦେଶର ୫ଟି ମେଟ୍ରୋ ସହର ମଧ୍ୟରୁ ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ସର୍ବାଧିକ ୧୦୪ଟଙ୍କା ୫୬ ପଇସାକୁ ପହଞ୍ଚିଥିବା ବେଳେ ଡିଜେଲ ୯୬ଟଙ୍କା ୪୨ ପଇସା ଦରରେ ବିକ୍ରି ହେଉଛି। ଶନିବାର ଓ ରବିବାର ଲଗାତାର ଇନ୍ଧନ ଦର ବୃଦ୍ଧି ପରେ ଏଠାରେ ଇନ୍ଧନ ଦର ସର୍ବୋଚ୍ଚ ସ୍ତରକୁ ପହଞ୍ଚିଛି। ଶନିବାର ତୈଲ କମ୍ପାନୀମାନେ ପେଟ୍ରୋ ଓ ଡିଜେଲର ପମ୍ପ ମୂଲ୍ୟ ପ୍ରତି ଲିଟର ୩୫ ପଇସା ବୃଦ୍ଧି କରିଥିଲେ। ଏଥିରେ ପଞ୍ଜାବ, ବିହାର, କେରଳ ଓ ତାମିଲନାଡୁରେ ପେଟ୍ରୋଲ ଲିଟର ପିଛା ଦର ୧୦୦ ଟଙ୍କାକୁ ପାର ହୋଇଯାଇଥିଲା।

   Related Posts