୮୦ ଦିନ ପରେ ବଢିଲା ଇନ୍ଧନ ମୂଲ୍ୟ , ଡିଜେଲ ଓ ପେଟ୍ରୋଲ ଲିଟର ପିଛା ୬୦ ପଇସା ମହଙ୍ଗା

Published By : Prameya-News7 Bureau | June 07, 2020 IST

ନୂଆଦିଲ୍ଲୀ ୭।୬: ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଦେଶରେ ବଢି ନଥିଲା ଇନ୍ଧନ ମୂଲ୍ୟ। ଦୀର୍ଘ ୮୦ ଦିନ ପରେ ତୈଳ କମ୍ପାନୀମାନେ ରବିବାର ଦର ସୁଧାର କରିଛନ୍ତି। ଏଥିରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୬୦ ପଇସା ବୃଦ୍ଧି ହୋଇଛି। ତୈଳ କମ୍ପାନୀଙ୍କ ମୂଲ୍ୟ ବୃଦ୍ଧି ଘୋଷଣା ପରେ ରାଜଧାନୀ ଦିଲ୍ଲୀରେ ପ୍ରତି ଲିଟର ପେଟ୍ରୋଲ ୭୨ ଟଙ୍କାରେ ବିକ୍ରୟ ହେଉଥିବା ବେଳେ ମୁମ୍ବାଇରେ ଏହି ଦର ୭୯ ଟଙ୍କାରେ ପହଞ୍ଚିଛି।

{"id":282523,"sizeSlug":"large"}

ଦିଲ୍ଲୀରେ ଡିଜେଲ ଲିଟର ପିଛା ୭୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ମୁମ୍ବାଇରେ  ୬୯ ଟଙ୍କା ପାଖାପାଖି ଦରରେ  ବିକ୍ରି ହେଉଛି। କରୋନା ସଂକଟ ଯୋଗୁ ବିଶ୍ୱବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ହୋଇଥିଲା। ତେବେ ଲକଡାଉନ୍‌ ମୁକାବିଲା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଶୁଲ୍କ ବୃଦ୍ଧି କରିବାରୁ ଭାରତୀୟ ବଜାରରେ ତୈଳମୂଲ୍ୟ ସ୍ଥିର ଥିଲା। ଧିରେ ଧିରେ ବିଶ୍ୱ ବଜାରରେ ତୈଳ ଚାହିଦା ବୃଦ୍ଧି ସହ ଅଶୋଧିତ ତୈଳ ମୂଲ୍ୟରେ ବି ସୁଧାର ଆସିଛି। ବ୍ରେଣ୍ଟ କ୍ରୁଡ ମୂଲ୍ୟ ୨୦ ପ୍ରତିଶତ ବୃଦ୍ଧି ସହ ପ୍ରତି ବ୍ୟାରଲ  ୪୦ ଡଲାରରେ ବିକ୍ରି ହେଉଛି। ଏଣୁ ତୈଳ କମ୍ପାନୀ ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି।

{"id":282525,"sizeSlug":"large"}

ଗତମାସରେ କେନ୍ଦ୍ର ସରକାର ପ୍ରତି ଲିଟର ପେଟ୍ରୋଲରେ ୧୦ଟଙ୍କା ଓ ଡିଜେଲରେ ୧୩ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିଥିଲେ। ତେବେ ଏହା ଗ୍ରାହକ ମୂଲ୍ୟରେ ଲାଗୁ କରାଯାଇନଥିବାରୁ ଦରବୃଦ୍ଧି ଜଣାପଡିନଥିଲା। ଅନ୍ୟପକ୍ଷରେ କରୋନା ଲକଡାଉନ୍‌ ରେ ଯାନବାହନ ଚଳାଚଳ ହ୍ରାସ ଇନ୍ଧନ ଚାହିଦା ହ୍ରାସ କରିଥିଲା। ଏଣୁ ଗ୍ରାହକଙ୍କ ଉପରେ ତୈଳମୂଲ୍ୟର ହ୍ରାସ ବୃଦ୍ଧି ପ୍ରଭାବହୀନ ଥିଲା। ହେଲେ ଏବେ ଲକଡାଉନ ୫.୦ରେ ନିୟମ କୋହଳ ହେବା ଯୋଗୁ ଲୋକେ ଘରୁ ପଦାକୁ ବାହାରିଛନ୍ତି। ଏଣୁ ବଜାରରେ ମଧ୍ୟ ମୂଲ୍ୟ ବୃଦ୍ଧିର ପ୍ରଭାବ ଏବେ ଅନୁଭୂତ ହେବ ବୋଲି ଆଶଙ୍କା କରାଗଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.