ସାମୁଦ୍ରିକ ବାତ୍ୟା ‘ତୌତେ’ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର, ସତର୍କତା ସତ୍ତ୍ୱେ ସମୁଦ୍ରରେ ଥିଲେ ଜାହାଜ

Published By : Prameya-News7 Bureau | May 20, 2021 IST

ନୂଆଦିଲ୍ଲୀ ୨୦।୫: ଆରବ ସାଗରରେ ସାମୁଦ୍ରିକ ବାତ୍ୟା ‘ତୌତେ’ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନେକ ପୂର୍ବରୁ ସୂଚନା ଦେଇଥିଲେ। ମହାସାଗରରେ ବାତ୍ୟା ସୃଷ୍ଟି ହେବାଠାରୁ ଆରମ୍ଭ କରି ଏହାର ତୀବ୍ରତା ଓ କେଉଁ ସ୍ଥାନରେ କେତେବେଳେ ପହଞ୍ଚିବ ସେ ନେଇ ମଧ୍ୟ ସଠିକ ଆକଳନ କରାଯିବା ସହ ସତର୍କତା ମଧ୍ୟ ଜାରି ହେଉଥିଲା। କୌଣସି ପ୍ରକାର ଧନଜୀବନ ହାନୀ ରୋକିବା ଲାଗି ସମୁଦ୍ର ଓ ଆଖପାଖ ଅଞ୍ଚଳକୁ ନ ଯିବା ଲାଗି ଲୋକଙ୍କୁ ବାରମ୍ବାର ଚେତାବନୀ ମଧ୍ୟ ଦିଆଯାଉଥିଲା।

ଆଇଏମଡିଙ୍କ ଚେତାବନୀ ଓ ସତର୍କତା ସତ୍ତ୍ୱେ ଓଏନଜିସି ସମେତ କେତେକ ସଂସ୍ଥାଙ୍କ ଜାହାଜ ବାତ୍ୟା ପ୍ରଭାବିତ ଅଞ୍ଚଳରେ ରହିଯାଇଥିଲେ। ଫଳରେ ଜାହାଜମାନଙ୍କରେ କାମ କରୁଥିବା ୨ ଡଜନରୁ ଅଧିକ ଲୋକେ ବାତ୍ୟାରେ ଫଶି ପ୍ରାଣ ହରାଇଛନ୍ତି। ମାମଲାକୁ କେନ୍ଦ୍ର ସରକାର ଏବେ ଗୁରୁତ୍ୱର ସହ ଗ୍ରହଣ କରିଥିବା ବେଳେ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିଲାଗି ଏକ ତଦନ୍ତ କମିଟି ମଧ୍ୟ ଗଠନ ହୋଇଥିବା ଜଣାପଡିଛି।

{"id":454905,"sizeSlug":"large","linkDestination":"none"}

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟ ଏଥିଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିବା ବେଳେ ଏଭଳି ଘଟଣା ଲାଗି ଦାୟିଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କମିଟିର ଅଧିକାରୀମାନେ ଏକ ନିଶ୍ଚିତ ସମୟ ମଧ୍ୟରେ ସମସ୍ତ ସମ୍ପର୍କିତ ଅଧିକାରୀଙ୍କ ଭୂମିକା ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିବେ। ସେହପରି ଭବିଷ୍ୟତରେ ଯଦି ଏପରି ଘଟଣା କେବେ ଘଟେ ତେବେ ଏଥିରେ କିପରି ପଦକ୍ଷେପ ନିଆଯିବା ଦରକାର ସେ ନେଇ କମିଟି ପରାମର୍ଶ ମଧ୍ୟ ଦେବେ।

ସମୁଦ୍ରିକ ଝଡ ତୌତେ ଆସିବା ସମୟରେ ଆରବ ସାଗରରେ ଓଏନଜିସିର ଅନେକ ଜାହାଜ ଏହାର ପ୍ରକୋପ କ୍ଷେତ୍ରରେ ଥିଲେ। ଏହି ସବୁ ଜାହାଜରେ ୬୦୦ରୁ ଅଧିକ ଲୋକେ ଥିବା ବେଳେ ବାତ୍ୟା ପ୍ରଭାବରେ ଆସିବା ଯୋଗୁ ୨୪ରୁ ଅଧିକ ଲୋକେ ମୃତ୍ୟୁମଖରେ ପଡିଛନ୍ତି। ସେମାନଙ୍କ ଶବ ନୌସେନା ଉଦ୍ଧାର କରିଥିବା ବେଳେଏବେବି ଅନେକନିଖୋଜ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.