ବଡ ଦିନ ଓ ନୂଆ ବର୍ଷ ବାଣଫୁଟା କଟକଣା ଜାରି, ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ମାନିବାକୁ OHRCଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | December 02, 2019 IST

ଭୁବନେଶ୍ୱର ୨।୧୨:  ବଡ ଦିନ ଓ ନୂଆ ବର୍ଷ ପାଳନ ବେଳେ ବାଣ ଫୁଟା ଉପରେ ରାଜ୍ୟ ମାନବାଧିକାର ଆୟୋଗ (ଓଏଚଆରସି) କଟକଣା ଜାରି କରିଛନ୍ତି। ବିଳମ୍ବିତ ରାତ୍ରିରେ ଅଧିକ ସମୟ ବାଣ ନ ଫୁଟାଇବାକୁ ଆୟୋଗ ତାଗିଦ କରିଥିବା ବେଳେ ଏଥିପାଇଁ ସର୍ବାଧିକ ୩୫ ମିନିଟ୍ ନିର୍ଦ୍ଧାରିତ କରିଛନ୍ତି। ରାତି ୧୧ଟା ୫୫ ମିନିଟ୍ ରୁ ୧୨ଟା ୩୦ ପର୍ଯ୍ୟନ୍ତ ବାଣ ଫୁଟାଯାଇ ପାରିବ ବୋଲି କହିଛନ୍ତି ଆୟୋଗ।

ଏ ନେଇ ରହିଥିବା ସୁପ୍ରିମକୋର୍ଟଙ୍କ ମାର୍ଗ ଦର୍ଶନ (ଗାଇଡଲାଇନ)ର କଡାକଡି ପାଳନ ହେବା ଆବଶ୍ୟକ ବୋଲି ଆୟୋଗ କହିଛନ୍ତି । ଏଥି ଲାଗି  ରାଜ୍ୟର ସମସ୍ତ ଥାନା ଅଧିକାରୀଙ୍କୁ ଆୟୋଗ ନିର୍ଦ୍ଦେଶ ଦେଇଥିବା ବେଳେ ନିୟମର କଡାକଡି ପାଳନ ଲାଗି ତାଗିଦ ମଧ୍ୟ କରିଛନ୍ତି। ଏଣୁ ବଡ ଦିନ ଓ ନୂଆ ବର୍ଷ ପାଳନ ବେଳେ କୌଣସି ପ୍ରକାର ଉଶୃଙ୍ଖଳାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଚେତାଇ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.