Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଅମ୍‌ଲା ଓ ସଚ୍ଚିନଙ୍କୁ ପଛରେ ପକାଇଲେ ରୋହିତ ଶର୍ମା, ଜାଣନ୍ତୁ କଣ ପାଇଁ …

17/01/2020 at 4:29 PM

ରାଜକୋଟ ୧୭।୦୧:  ଆଉ ଏକ ବିଶ୍ବ ରେକର୍ଡରେ ନିଜ ନାମ ଲେଖିଲେ ହିଟମ୍ୟାନ ଶର୍ମା ।  ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୨ୟ ଦିନିକିଆ ରାଜକୋଟ ଷ୍ଟାଡିୟମରେ ଖେଳାଯାଉଛି । ମ୍ୟାଚରେ ଭାରତୀୟ ଓପନର ରୋହିତ ଶର୍ମା ଏକ ବିଶ୍ବ ରେକର୍ଡର ଅଧିକାରୀ ହୋଇଛନ୍ତି । ରୋହିତ ଦିନିକିଆ କ୍ରିକେଟରେ ଓପନର ଭାବେ ଏହି ବିଶ୍ବ ରେକର୍ଡ କରିଛନ୍ତି । ବିଶ୍ବରୁ ଦ୍ରୁତତମ ସାତ ହଜାର ରନ କରିବାର ରେକର୍ଡ କରିଛନ୍ତି ରୋହିତ ଶର୍ମା । ବିଶ୍ବ ରେକର୍ଡ କରିବା ପାଇଁ ରୋହିତଙ୍କୁ ଏହି ମ୍ୟାଚରେ ୪ରନ୍‌ର ଆବଶ୍ୟକତା ରହିଥିଲା । ରୋହତଙ୍କ ଏହି ରେକର୍ଡ ଦ୍ବାରା ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି, ସଚ୍ଚିନ ତେନ୍ଦୁଲକର ଓ ଓ୍ବେଷ୍ଟଇଣ୍ଡିଜ୍ ଖେଳାଳି ବ୍ରାଏନ ଲାରାଙ୍କ ରେକର୍ଡ ଭାଙ୍ଗିଛି ।

ରାଜକୋଟ ଷ୍ଟାଡିୟମରେ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷର ମ୍ୟାଚରେ ଏହି ବିଶ୍ବ ରେକର୍ଡ କରିଛନ୍ତି । ରୋହିତ ଦକ୍ଷିଣ ଆଫ୍ରିକାର ପୂର୍ବତନ ଓପନର ହାସିମ ଅମଲା ଓ ସଚ୍ଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି ।

୩୨ବର୍ଷୀୟ ରୋହିତ ଶର୍ମା ୧୩୭ରେ ଓପନିଂ ଖେଳି ବିଶ୍ବ ରେକର୍ଡ ହାସଲ କରିଥିବା ବେଳେ  , ହାସିମ ଅମ୍‌ଲା ୧୪୭ ଓ ସଚ୍ଚିନ ତେନ୍ଦୁଲକର ୧୬୦ଟି ପାରି ଖେଳି ସାତ ହଜାର ରନ୍‌ କରିଥିଲେ । ତେବେ ହିଟମ୍ୟାନ ଆଉ ଏକ ରେକର୍ଡରୁ ବର୍ତ୍ତି ଯାଇଛନ୍ତି । ଯଦି ୨ୟ ଦିନିକିଆ ମ୍ୟାଚରେ ୪୬ରନ୍‌ କରିଥାନ୍ତେ, ତେବେ ସେ ଦିନିକିଆ କ୍ରିକେଟରେ ଦ୍ରୁତତମ ୯ହଜାର ରନ୍‌ କରିବାରେ ତୃତୀୟ ବ୍ୟାଟସମ୍ୟାନ ହୋଇଥାନ୍ତେ । କିନ୍ତୁ ଏହି ମ୍ୟାଚ୍‌ରେ  ୪୨ରନ୍‌ କରି ଆଉଟ୍‌ ହୋଇଯାଇଛନ୍ତି ।

   Related Posts