ସଫ୍ଟଓ୍ବେୟାର ଇଞ୍ଜିନିୟର ଥିବା ମହିଳାଙ୍କ ଆତ୍ମହତ୍ୟା

Published By : Prameya-News7 Bureau | January 07, 2019 IST

ନୋଏଡ଼ା ୭/୧: ନୋଏଡ଼ା ସେକ୍ଟର-୭୮ରେ ଥିବା ଏକ ଫ୍ଲାଟରେ ରବିବାର ସନ୍ଧ୍ୟାରେ ଜଣେ ୨୫ବର୍ଷ ବୟସ୍କା ମହିଳାଙ୍କ ଶବ ମିଳିବାରୁ ହଇଚଇ ସୃଷ୍ଟି ହୋଇଛି। ମହିଳାଙ୍କ ଶବ ତାଙ୍କ ଫ୍ଲାଟରେ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ମିଳିଛି। ପ୍ରାରମ୍ଭିକ ସୂଚନାରୁ ସେ ଆତ୍ମହତ୍ୟା କରିଥିବାର ଜଣାପଡ଼ିଛି। ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଏ ବିଷୟରେ ସୂଚନା ଦିଆଯାଇଛି। ଶବକୁ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଛି।

ମୃତ ମହିଳାଙ୍କ ନାଁ ଶ୍ରେୟା ଏବଂ ସେ ଏଠାରେ ତାଙ୍କ ସ୍ବାମୀଙ୍କ ସହ ରହୁଥିଲେ। ପୋଲିସଙ୍କ କହିବାନୁଯାୟୀ ଶ୍ବଶୁରଘର ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ମହିଳା ଜଣକ ୪ମାସ ପୂର୍ବରୁ ବିବାହ କରିଥିଲେ ଏବଂ ସେ ଏକ କମ୍ପାନୀରେ ସଫ୍ଟଓ୍ବେୟାର ଇଞ୍ଜିନିୟର ଥିଲେ।

ମହିଳାଙ୍କ ସ୍ବାମୀ ଏବଂ ଶାଶୁ,ଶ୍ବଶୁର ତାଙ୍କୁ ଯୈାତୁକ ନିର୍ଯ୍ୟାତନା ଦେଉଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.