ଚାକିରିରେ ଯୋଗ ଦେବା ପୂର୍ବରୁ ଆତ୍ମହତ୍ୟା , ଓଢ଼ଣୀରେ ଝୁଲିପଡିଲେ ଯୁବ OFS ଅଧିକାରୀ

Published By : Prameya-News7 Bureau | June 29, 2020 IST

ଭୁବନେଶ୍ୱର ୨୯।୦୬: ଆଜି ଚାକିରିରେ ଯୋଗ ଦେଇଥାନ୍ତେ, କିନ୍ତୁ ଭାଗ୍ୟର ବିଡମ୍ବନା ଅଲଗା କିଛି ରହିଥିଲା । ଚାକିରିରେ ଯୋଗ ଦେବା ପୂର୍ବରୁ ଆତ୍ମହତ୍ୟା କଲେ ଓଏଫ୍ଏସ୍ ଅଧିକାରୀ । ରାଜଧାନୀ ଭୁବନେଶ୍ବର ଖଣ୍ଡଗିରି ଥାନା ଡୁମୁଡୁମା ଫେଜ୍ -୪ରେ ଘଟିଛି ଏଭଳି ଘଟଣା । ମୃତକ ହେଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡର ଅଭିଳାଶ ସ୍ବରୂପ ମହାପାତ୍ର ।

ସୂଚନାଯୋଗ୍ୟ ଯେ,  ଆଜି ଅଭିଳାଶ ଟ୍ରେଜେରି ଅଫିସରେ ଓଏଫଏସ୍  ଅଧିକାରୀ ଭାବେ ଯୋଗ ଦେବାର ଥିଲା । ଏହା ପୂର୍ବରୁ ସେ ବ୍ୟାଙ୍କରେ କାମ କରୁଥିଲେ । କିଛି ଦିନ ତଳେ ସେ ଓଏଫଏସ୍‌ ପାଇଥିଲେ । ଗତକାଲି ରାତିରେ ସେ ତାଙ୍କ ଘରେ ଆତ୍ମହତ୍ୟା କରିଥିବା ଖବର ପାଇଥିଲା ପୋଲିସ । ଘରେ ପହଂଚି ମୃତଦେହ ଉଦ୍ଧାର କରିବା ସହ କ୍ୟାପିଟାଲ ହସ୍ପିଟାଲ ପଠାଇ ଥିଲା । ସେଠାରେ ଡାକ୍ତର ଅଭିଳାଷଙ୍କୁ ମୃତ ଘୋଷଣା କରିଥିଲେ । ଖଣ୍ଡଗିରି ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଅଭିଳାଶ କାହିଁକି ଏଭଳି ନିଷ୍ପତ୍ତି ନେଲେ, ଏନେଇ ଏବେ ଚର୍ଚ୍ଚା ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.