ବାରବାଟୀ ଦିନିକିଆ ପାଇଁ ଆଜିଠୁ ଅଫ୍ ଲାଇନ ଟିକେଟ ବିକ୍ରି
16/12/2019 at 9:57 AM

କଟକ ୧୬/୧୨: ବାରବାଟୀ ୱାନଡେ ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ସଜେଇ ହେଲାଣି ଷ୍ଟାଡିୟମ । ପଡିଆ ସାଙ୍ଗକୁ ଷ୍ଟାଡିୟମ ରୂପ ଦଦଳିବାରେ ଲାଗିଛି । ଷ୍ଟାଡିୟମ କାମ ଠାରୁ ଆରମ୍ଭ କରି ପଡିଆ ଫ୍ଲଡ ଲାଇଟ ସମସ୍ତ କାର୍ଯ୍ୟ ଏକା ସାଙ୍ଗରେ ଚାଲିଛି ।

୨୨ରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ପାଇଁ ଆଜିଠୁ ଅଫଲାଇନ ଟିକଟ ବିକ୍ରି ହେବ । ଆଜି ଓ କାଲି ୨ ଦିନ ଓସିଏ ସମ୍ମିଳନୀ କକ୍ଷରେ ଅନୁବନ୍ଧିତ ସ୍କୁଲ, କଲେଜ, କ୍ଲବକୁ ଟିକଟ ବିକ୍ରି କରାଯିବ । ସକାଳ ୧୦ଟାରୁ ୫ଟା ଯାଏ ଟିକଟ ବିକ୍ରି ଚାଲିବ । ଏମାନଙ୍କ ପାଇଁ ୮,୯୪୬ ଟିକଟ୍ ବିକ୍ରି ପାଇଁ ଧାର୍ଯ୍ୟ କରାଯାଇଛି । ଏଠାରୁ ଯେଉଁ ଟିକଟ୍ ବଳିଯିବ ତାହା କାଉଣ୍ଟର୍ ବିକ୍ରି ପାଇଁ ଚାଲିଯିବ ।

୧୯ ଓ ୨୦ରେ ୧୨ଟି କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକଟ୍ ବିକ୍ରି ହେବ। ଟିକଟ୍ ବିକ୍ରି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ଟିକଟ୍ କିଣିବାକୁ ଯାଉଥିବା ବ୍ୟକ୍ତିଙ୍କୁ ହଲ୍ ଭିତରକୁ ଛଡ଼ାଯିବ । ଅନଲାଇନରେ ୮,୧୫୦ ଟିକଟ୍ ବିକ୍ରି ହୋଇସାରିଥିବାବେଳେ କାଉଣ୍ଟରରେ ବିକ୍ରି ପାଇଁ ୧୦,୦୫୦ ଟିକଟ୍ ରଖାଯାଇଛି ।
