Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଜିଲ୍ଲା ବୁଲିବେ ବାବୁ, ୩ ମାସିଆ ଯୋଜନା, କାହାକୁ ଦିଆଗଲା କେଉଁ ଜିଲ୍ଲାର ଦାୟିତ୍ବ?

30/12/2019 at 9:07 PM

ଭୁବନେଶ୍ବର୩୦/୧୨: ଜିଲ୍ଲା ବୁଲିବେ ବାବୁ । ବିଭିନ୍ନ ବିଭାଗର ସଚିବ ଜିଲ୍ଲା ଗସ୍ତ କରି ବିକାଶ କାର୍ଯ୍ୟର ତଦାରଖ କରିବେ । ୭ ଦିନ ଭିତରେ ଯୋଜନା ଓ ସମନ୍ବୟ ବିଭାଗକୁ ରିପୋର୍ଟ ଦେବେ । ପ୍ରସ୍ତୁତ ହୋଇଛି ୩ ମାସିଆ ଯୋଜନା। କେଉଁ ବାବୁ କେଉଁ ଜିଲ୍ଲାକୁ ଯିବେ ତାର ବି ତାଲିକା ସରିଛି । ବିରୋଧୀ ଏହାକୁ ହଜମ  କରିପାରି  ନାହାନ୍ତି । କହିଛନ୍ତି ସରକାର ଚଳାଉଥିବା ସଚିବମାନେ ସରକାରଙ୍କୁ କି ରିପୋର୍ଟ ଦେବେ । ଯାହାର ଜବାବ ରଖିଛି ବିଜେଡି ।

ଜିଲ୍ଲା ବୁଲିବାକୁ ବାବୁମାନଙ୍କ ପାଇଁ ବ୍ଲୁ ପ୍ରିଣ୍ଟ। ଏଣିକି ବିଭାଗୀୟ ସଚିବମାନେ ବିଭିନ୍ନ ଜିଲ୍ଲା ବୁଲି ବିକାଶ କାର୍ଯ୍ୟର ତଦାରଖ କରିବା ସହ ୭ ଦିନ ଭିତରେ ଯୋଜନା ଓ ସମନ୍ବୟ ବିଭାଗକୁ ଦେବେ ରିପୋର୍ଟ । ଏଥିପାଇଁ ୩ ମାସିଆ ଯୋଜନା ପ୍ରସ୍ତୁତ ହୋଇଛି । ଆଗରୁ ବି ସଚିବ ମାନେ ଜିଲ୍ଲା ବୁଲି ରିପୋର୍ଟ କରୁଥିଲେ । କିନ୍ତୁ ଏବେ ମୋ ସରକାର ଯୋଜନାରେ ଶିଘ୍ର ନିଷ୍ପତ୍ତି ନେବାକୁ ସରକାର ସ୍ଥିର କରିଥିବାରୁ ବାବୁଙ୍କ ଜିଲ୍ଲା ଗସ୍ତର ଗୁରୁତ୍ବ ବଢିଛି । କେଉଁ ବାବୁ କେଉଁ ଜିଲ୍ଲାକୁ ଯିବେ ତାର ତାଲିକା ମଧ୍ୟ ପ୍ରକାଶ କରିଛନ୍ତି ସରକାର ।

 ଏହା ସହିତ କେଉଁ ଯୋଜନା ଉପରେ ବେଶୀ ଫୋକସ୍ ଦେବେ ତାହା ମଧ୍ୟ ସ୍ଥିର ହୋଇଛି । ବାବୁମାନେ ଫିଲ୍ଡ ଭିଜିଟରେ ଗଲାବେଳେ ମମତା ଯୋଜନା, ବିଜୁ ପକ୍କା ଘର ଯୋଜନା, କ୍ଷୁଦ୍ର ଜଳସେଚନ, ମିଶନ ଶକ୍ତି, ନିରାମୟ, ଖାଦ୍ୟ ସୁରକ୍ଷା ଯୋଜନା, ପିଇବା ପାଣି, ଗ୍ରାମ୍ୟ ବିଦ୍ୟୁତକରଣ, ମଧ୍ୟାହ୍ନ ଭୋଜନ ଆଦି ଯୋଜନା ଉପରେ ଫୋକସ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ।

 ସଚିବଙ୍କ ଜିଲ୍ଲାଗସ୍ତ ଏବଂ ସରକାରଙ୍କୁ ରିପୋର୍ଟ ଦେବା କଥାକୁ ହଜମ କରିପାରି ନାହାଁନ୍ତି ବିରୋଧୀ । କହିଛନ୍ତି ଯେଉଁଠି ସଚିବ ସରକାର ଚଳାଉଛନ୍ତି ସେଠି ପୁଣି ସଚିବମାନେ ସରକାରଙ୍କୁ କି ରିପୋର୍ଟ ଦେବେ । ସରକାରୀ ଦଳର ଯୁକ୍ତି ବିରୋଧୀ ଖାଲି ବିରୋଧ କରିବା ଆଳରେ ପ୍ରସଙ୍ଗକୁ ଟାଣୁଛନ୍ତି । ବାସ୍ତବରେ ସଚିବଙ୍କ ଜିଲ୍ଲା ଗସ୍ତ ପାଇଁ କାମ ତ୍ବରାନ୍ବିତ ହୋଇଛି ।

ସେପଟେ ନୀତି ଆୟୋଗଙ୍କ ଏସଡିଜି ରିପୋର୍ଟ ରେ ଓଡିଶା  ଓଭର ଅଲ ରାଙ୍କିଙ୍ଗରେ ୧୦ ପାଦ ଉପରକୁ ଉଠିଛି । ୨୦୧୮ରେ ଓଡ଼ିଶା ୨୬ ତମ ସ୍ଥାନରେ ଥିବା ବେଳେ ୨୦୧୯ରେ ଏହାର ସ୍ଥାନ ୧୬କୁ ଉନ୍ନୀତ ହୋଇଛି । ଯେତେବେଳେ କି ୨୦୧୮ରେ ଗୁଜରାଟ ଯେଉଁ ସ୍ଥାନରେ ରହିଥିଲା, ସେହିଠାରେ ରହିଯାଇଛି । ସେହିପରି ସାମଗ୍ରୀକ ଭାବେ ଭାରତର ଇଣ୍ଡେକ୍ସ ୬୦ ତମ ସ୍ଥାନରୁ ୫୭ ତମ ସ୍ଥାନୀକୁ ଉନ୍ନୀତ ହୋଇଛି । ଶିଳ୍ପ, ଜଳ ପରିଚାଳନା, ପରିମଳ ବ୍ୟବସ୍ଥାରେ ସଂଗଠିତ କାର୍ଯ୍ୟ ଲାଗି ଭାରତ ସ୍ଥାନରେ ଉନ୍ନୀତ ହୋଇଛି ।

ଯେଉଁ ସଚିବମାନଙ୍କୁ ଜିଲ୍ଲା ଦାୟିତ୍ବ ଦିଆଯାଇଛି ସେମାନଙ୍କ ଭିତରୁ ପି.କେ ମହାପାତ୍ରଙ୍କୁ ଢେଙ୍କାନାଳ ଜିଲ୍ଲା, ପି.କେ ଜେନାଙ୍କୁ କଳାହାଣ୍ଡି, ମୋନା ଶର୍ମାଙ୍କୁ ସମ୍ବଲପୁର, ସଞ୍ଜୀବ ଚୋପ୍ରାଙ୍କୁ କନ୍ଧମାଳ, ଅନୁ ଗର୍ଗଙ୍କୁ ରାୟଗଡା, ସୌରଭ ଗର୍ଗଙ୍କୁ ମୟୁରଭଞ୍ଜ, ଡି.କେ ସିଂହଙ୍କୁ କେନ୍ଦୁଝର ଜିଲ୍ଲା ଦାୟିତ୍ବ ଦିଆଯାଇଛି । ଏଭଳି ୧୯ ଜଣ ସଚିବ ବିଭିନ୍ନ ଜିଲ୍ଲା ବୁଲି ସରକାର ନିର୍ଦ୍ଧାରିତ କରିଥିବା ଯୋଜନାର ଅଗ୍ରଗତି ନେଇ ସମୀକ୍ଷା କରିବେ ।

   Related Posts