Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ନୂଆ ଟାର୍ଗେଟ୍ ଆସିଲେ ଧାନ ସଂଗ୍ରହ ହେବା ନେଇ ପ୍ରତିଶ୍ରୁତି, ସାମାନ୍ୟ ଆଶ୍ବସ୍ତ ହେଲେ ଚାଷୀ

9/03/2021 at 4:19 PM

ଭଦ୍ରକ ୯।୩: ଧାନ ବିକ୍ରି କରି ନପାରିବା ଯୋଗୁଁ ସେବା ସମବାୟ ସମିତି ସମ୍ମୁଖରେ ଅନଶନରେ ବସିଥିଲେ ଚାଷୀ । ଦୀର୍ଘ ସମୟ ପରେ ଯୋଗାଣ ଅଧିକାରୀ ନୂଆ ଟାର୍ଗେଟ୍ ପାଇଁ ପ୍ରତିଶ୍ରୁତି ଦେବା ପରେ ସାମୟିକ ଭାବେ ଆଶ୍ବସ୍ତ ହୋଇଛନ୍ତି ଚାଷୀ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଶ୍ରୀ ଜଗନ୍ନାଥ ସେବା ସମବାୟ ସମିତିର ଟାର୍ଗେଟ୍ ପରେ ମଧ୍ୟ ଚାଷୀଙ୍କର ଧାନ ସାରି ନଥିଲା । ପୁଣି ୧୨ ଶହ କ୍ବିଣ୍ଟାଲର ନୂଆ ଟାର୍ଗେଟ୍ ଆସିଥିଲା । କିନ୍ତୁ ନୂଆ ଟାର୍ଗେଟ୍ ସତ୍ତ୍ବେ ବଳକା ଥିବା ଚାଷୀଙ୍କର ଧାନ ବିକ୍ରି ହୋଇନପାରିବାରୁ ଚାଷୀମାନେ ଅନଶନରେ ବସିଥିଲେ । ତେବେ ଯୋଗାଣ ବିଭାଗର ଅଧିକାରୀମାନେ ଅନଶନସ୍ଥଳକୁ ଆସି ପ୍ରାଥମିକ ଭାବେ ପୁରୁଣା ଟୋକନ ଥିବା ଚାଷୀଙ୍କର ଧାନ ସଂଗ୍ରହ ପାଇଁ ଅନୁମତି ଦେଇଛନ୍ତି ଓ ପରେ ପୁଣି ନୂଆ ଟାର୍ଗେଟ୍ ଆସିଲେ ଧାନ ସଂଗ୍ରହ ହେବା ନେଇ ପ୍ରତିଶ୍ରୁତି ପରେ ଚାଷୀମାନେ ସାମୟିକ ଭାବେ ଆଶ୍ବସ୍ତ ହୋଇଛନ୍ତି ।

   Related Posts