କାର୍ଯ୍ୟକ୍ରମକୁ ଡାକିଲେନି ଅଧିକାରୀ, କାର୍ଯ୍ୟାଳୟ ବାହାରେ ପଞ୍ଚାୟତିରାଜ ଦିବସ ପାଳିଲେ ଅସନ୍ତୋଷ ଜନ ପ୍ରତିନିଧି

Published By : Prameya-News7 Bureau | March 05, 2021 IST

ଲମତାପୁଟ ୦୫।୦୩: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ପଞ୍ଚାୟତ ରାଜ ଦିବସ ଅବସରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରଶାସନିକ ବାବୁ ମାନେ ଜନ ପ୍ରତିନିଧିଙ୍କୁ ଅଣଦେଖା କରିଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଲମତାପୁଟ ବିଡିଓ ଜନପ୍ରତିନିଧିଙ୍କୁ ପଞ୍ଚାୟତ ରାଜ ଦିବସ ଅବସରରେ  ଡାକି ନଥିବା ଅଭିଯୋଗ କରି ବ୍ଲକ ଅଧ୍ୟକ୍ଷା  ଲମତାପୁଟ ପଞ୍ଚାୟତ କାର୍ଯ୍ୟାଳୟରେ  ଜନ ପ୍ରତିନିଧିଙ୍କ ସହ ମିଶି ପଞ୍ଚାୟତ ରାଜ ଦିବସ ପାଳନ କରିଛନ୍ତି । ଏହି ଘଟଣା କୋରାପୁଟ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।   

{"id":418423,"sizeSlug":"large","linkDestination":"none"}

ଅନ୍ୟପକ୍ଷରେ  ଦିନ ଗୋଟାଏ  ପର୍ଯ୍ୟନ୍ତ ବ୍ଲକ ପରିସର  ଆୟୋଜିତ ସଭାରେ ଖାଲି ଚେୟାର ଦେଖିବାକୁ ମିଳିଥିଲା ।  ନା ଥିଲେ ଜନପ୍ରତିନିଧି ନା ଥିଲେ ମଞ୍ଚାସୀନ ଅତିଥି ।  ଶେଷରେ ନ୍ୟୁଜ୍ ୭ କ୍ୟାମେରା ଦେଖି  ବିଡିଓ  ତରବରିଆ ଭାବରେ  ଅପରାହ୍ନ ୧ଟାରେ ପଞ୍ଚାୟତ ରାଜ ଦିବସ ପାଳନ କରିଛନ୍ତି। ବ୍ଲକ କର୍ମଚାରୀ ଏବଂ  କିଛି ସରପଞ୍ଚ ,   ସମିତି ସଭ୍ୟଙ୍କ ଉପସ୍ଥିତିରେ  ପଞ୍ଚାୟତ ରାଜ ଦିବସ ପାଳିତ ହୋଇଛି। କିନ୍ତୁ ବ୍ଲକ ଅଧ୍ୟକ୍ଷା ଏବଂ ବହୁ ଜନପ୍ରତିନିଧି ଯୋଗ ଦାନ ଦେଇ ନଥିବା ଦେଖିବାକୁ ମିଳିଛି ।

{"id":418421,"sizeSlug":"large","linkDestination":"none"}

ଏହି ଘଟଣାରେ ବ୍ଲକ ଅଧ୍ୟକ୍ଷା କହିଛନ୍ତି  ବିଡିଓ ପଞ୍ଚାୟତ ରାଜ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ନେଇ କାହାରିକୁ ହେଲେ କିଛି ଜଣାଇ ନାହାନ୍ତି। ଏପରିକି ଦଳୀୟ  ନେତାଙ୍କୁ ମଧ୍ୟ ଜଣାଇ ନଥିବାରୁ ସେ କ୍ଷୁବ୍ଧ ପ୍ରକାଶ କରିଛନ୍ତି ।  ସେହିପରି  ଜିଲ୍ଲା ପରିଷଦ ଏବଂ ପୂର୍ବତନ  ବ୍ଲକ ଅଧ୍ୟକ୍ଷମାନେ ମଧ୍ୟ ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି। ବିଡିଓ ନିଜ ଇଚ୍ଛା ଅନୁସାରେ ଶାସନ କରୁଥିବା ଏବଂ ଆଜିର ଏହି ପବିତ୍ର ପଞ୍ଚାୟତ ରାଜ ଦିବସ ଅବସର କାହାରିକୁ ନ ଜଣାଇବା ଏକ ଦୁଖଃଦ ଘଟଣା ବୋଲି ସେମାନେ କହିଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.