ତେଜିଲା ବିବାଦ, TMC ନେତା ସୌଗତ ରାୟ କହିଲେ ଅଫିସର ଦିଲ୍ଲୀ ଯିବେ କି ନା ନିଷ୍ପତ୍ତି ନେବେ ରାଜ୍ୟ ସରକାର

Published By : Prameya-News7 Bureau | December 12, 2020 IST

କୋଲକାତା ୧୨।୧୨:ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କ ଡାଇମଣ୍ଡ ହାର୍ବର ଗସ୍ତକାଳରେ ତାଙ୍କ ପଟୁଆର ଉପରକୁ ଜନତାଙ୍କ ଟେକା ପଥର ମାଡ ଘଟଣା ଏବେ କେନ୍ଦ୍ର ରାଜ୍ୟ ବିବାଦରେ ପରିଣତ ହୋଇଛି। ମାମଲାରେ କେନ୍ଦ୍ର ସରକାର ୩ ଭାରତୀୟ ପୋଲିସ ସେବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ସହ ସେମାନଙ୍କୁ ଡେପୁଟେସନରେ କେନ୍ଦ୍ରକୁ ଡକାଇଛନ୍ତି। ଯାହାକୁ ନେଇ କେନ୍ଦ୍ର-ରାଜ୍ୟ ଟଣାଓଟରା ଆରମ୍ଭ ହୋଇଯାଇଛି।

{"id":376536,"sizeSlug":"large","linkDestination":"none"}

ଏ ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିଥିବା ବେଳେ ବରିଷ୍ଠ ଟିଏମସି ନେତା ସୌଗତ ରାୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତୀୟ ପ୍ରଶାସନିକ ଓ ପୋଲିସ ସେବା ଅଧିକାରୀ ସମ୍ବିଧାନର ଅନୁଚ୍ଛେଦ ୩୧୨ ଦ୍ୱାର ଶାସିତ ହେଉଛନ୍ତି। ପଦବୀ ଲାଗି ସେମାନଙ୍କ ମନୋନୟନ ସହ ରାଜ୍ୟ କ୍ୟାଡରକୁ ସମର୍ପଣ କରାଯାଏ। ଏଣୁ କେନ୍ଦ୍ର ସରକାର ଡେପୁଟେସନରେ ଏପରି ଅଧିକାରୀଙ୍କୁ ଆବଶ୍ୟକ କଲେ ଏଥିଲାଗି ରାଜ୍ୟ ସରକାରଙ୍କୁ ନାମ ମାଗିଥାନ୍ତି। ତେବେ ଏତିକିରେ କାମ ସରେନି ନାମିତ ଅଧିକାରୀଙ୍କ ମଧ୍ୟରୁ କେନ୍ଦ୍ର ଦ୍ୱାରା ମନୋନୀତ ଅଧିକାରୀଙ୍କୁ ରାଜ୍ୟରୁ ଛଡାଯାଇପାରିବ କି ନା ତାର ନିଷ୍ପତ୍ତି ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ରହିଛି।

{"id":376537,"sizeSlug":"large","linkDestination":"none"}

ଏଥିରେ କେନ୍ଦ୍ର ଗୃହମନ୍ତ୍ରାଳୟ ଡେପୁଟେସନ ଅର୍ଡର ଜାରି କରିଦେଲେ ଅଧିକାରୀ ଦିଲ୍ଲୀ ପଳାଇଯିବେ ସେପରି ଭାବିବା ଭୁଲ ବୋଲି  ରାୟ କହିଛନ୍ତି । ରାଜ୍ୟ ସରକାର ଚାହିଁଲେ ଅଧିକାରୀମାନେ ଡେପୁଟେସନରେ ଯାଇପାରନ୍ତି। ତେବେ ଉପୁଜିଥିବା ପରିସ୍ଥିତିରେ କେନ୍ଦ୍ର ସରକାର ରାଜ୍ୟ ଉପରେ କ୍ଷମତାପ୍ରୟୋଗ କରୁଥିବା ପରି ମନେ ହେଉଛି । ଅନ୍ୟପକ୍ଷରେ ଯାହାବି ଘଟିଛି ତାହା ରାଜ୍ୟ ଆଇନଶୃଙ୍ଖଳା ସହ ସମ୍ପର୍କିତ ନୁହେଁ। ସାରା ରାଜ୍ୟର ଆଇନ ବ୍ୟବସ୍ଥା ବ୍ୟବସ୍ଥିତ ଥିବା ରାୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.