ନେତା ଓ ଅଫିସରଙ୍କ କେତୋଟି ମନଛୁଆଁ ଘଟଣା : କିଏ ଦିବ୍ୟାଙ୍ଗ ପିଲାଙ୍କୁ ଜୋତା ପିନ୍ଧାଇଲେଣି ତ କିଏ ବିଲରେ କଲେଣି ଚାଷକାମ…

Published By : Prameya-News7 Bureau | August 11, 2019 IST

ଭୁବନେଶ୍ବର ୧୧|୮: ଜନ ପ୍ରତିନିଧି ହୁଅନ୍ତୁ ବା ପ୍ରଶାସକ । ବିଭିନ୍ନ ସମୟରେ ନିଜର ଭିନ୍ନ କାର୍ଯ୍ୟଶୈଳି ପାଇଁ ଚର୍ଚ୍ଚାରେ ରୁହନ୍ତି ଓ ପ୍ରଶଂସିତ ମଧ୍ୟ ହୁଅନ୍ତି ।  କିଛିଦିନ ପୂର୍ବେର ଗଞ୍ଜାମ ଜିଲ୍ଲାପାଳ ନେଜେ ଧାନବିଲରେ ଚାଷୀଙ୍କ ସହର ମିଶି ଧାନ ରୁଇବା ହେଉ ବା ବିଭିନ୍ନ ସମୟରେ ଜିଲ୍ଲାପାଳ ମାନେ କ୍ଲାସ ରୁମ୍‌ରେ ଛାତ୍ରଛାତ୍ରୀଙ୍କୁ ପଠପଢାଇ ଲୋକମାନଙ୍କ ପ୍ରଶଂସା ସାଉଣ୍ଟିଛନ୍ତି । ଆଉ ଏହି କ୍ରମରେ ଉପାନ୍ତ ଉପରୋକୋଟର ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଜେ ମକା କ୍ଷେତରେ ଲାଗିଥିବା ରୋଗପୋକ ଦମନ ପାଇଁ ଔଷଧ ସ୍ପ୍ରେ କରିଛନ୍ତି । ସେପଟେ  ନିଜେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ  ଦିବ୍ୟାଙ୍କ ଛାତ୍ରଛାତ୍ରୀଙ୍କୁ ନିଜହାତରେ ଜୋତା ପିନ୍ଧାଇ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ।

{"id":143392}

ଭିନ୍ନ ଅବତାରରେ ଜନ ପ୍ରତିନିଧି ଓ ପ୍ରଶାସକ । ଦେଖନ୍ତୁ ଏହି ଫଟୋକୁ । ମକା କ୍ଷେତରେ ରୋଗପୋକ ଦମନ ପାଇଁ ଔଷଧ ସ୍ପ୍ରେ କରୁଛନ୍ତି ଉମରକୋଟର ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଚାଷୀଙ୍କ ପାଖରେ ଦୁର୍ଦ୍ଦିନରେ ଛିଡାହୋଇ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ।ବିଧାୟକଙ୍କର ଏଭଳି ସହଯୋଗ ଦେଖି ଚାଷୀ ମଧ୍ୟ ଆଶ୍ୱସ୍ତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲାର ରାଇଘର, ଉମରକୋଟ, ଝରିଗାଁ, ଚନ୍ଦାହାଣ୍ଡି, ଡାବୁଗାଁରେ ଚଳିତ ବର୍ଷ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି ରୋଗପୋକ । ଆଉ ଚାଷୀଙ୍କ ପାଇଁ ରୋଗପୋକ ଦମନର ସହାୟକ ବ୍ୟବସ୍ଥା କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଉମରକୋଟ ବିଧାୟକ ।

{"id":143310}

ସେପଟେ ଏ ହେଉଛି କିଛିଦିନ ତଳର ଫଟୋ ।  ନିଜେ ଗଞ୍ଜାମ ଜିଲ୍ଲାପାଳ  ଖଲ୍ଲିକୋଟ୍ ମଥୁରା ପଞ୍ଚାୟତରେ ପହଞ୍ଚି ଚାଷୀଙ୍କ ସହ ଧାନ ରୁଇଛନ୍ତି ।  ଧାଡି ରୁଆ କୃଷିକୁ ପ୍ରୋତ୍ସାହନ ଲକ୍ଷରେ ନିଜେ ଜିଲ୍ଲାପାଳ ଏଠାରେ କୃଷକ ମାନଙ୍କୁ ଉତ୍ସାହିତ କରିଛନ୍ତି ।

{"id":143394}

ଆଉ ଏ ହେଉଛି  ଶନିବାର ଟିଟିଲାଗଡ଼ ଭିନ୍ନକ୍ଷମ କେନ୍ଦ୍ରର ଦୃଶ୍ୟ । ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ମୋଜା, ଜୋତା ଓ ପୋଷାକ ବଣ୍ଟନ କରାଯାଉଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ନିଜେ ଜୋତା,ମୋଜା ପିନ୍ଧାଇ ଦେଇଥିଲେ ମନ୍ତ୍ରୀ ମହୋଦୟା । ଯାହାକି ସେଠାରେ ଉପସ୍ଥିତ  ସମସ୍ତଙ୍କୁ ଭାବବିହ୍ବଳ କରି ଦେଇଥିଲା ।

{"id":143395}

ମନ୍ତ୍ରୀ ଟୁକୁନୀ ସାହୁ କହିଥିଲେ ପ୍ରତିଭାଶାଳୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଯେକୌଣସି ସହାୟତା ଦରକାର ହେଲେ ସେ କରିବାକୁ ପଛାଇବେ ନାହିଁ ।  ପୂର୍ବରୁ ଅନେକ ସମୟରେ ଜିଲ୍ଲାପାଳମାନେ କ୍ଲାସରୁରମ୍‌ରେ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢାଇବାର ଦୃଶ୍ୟ ମଧ୍ୟ ଜନସାଧାରଣଙ୍କ ଦ୍ବାରା ବେଶ ଉଚ୍ଚ ପ୍ରଶଂସିତ ହୋଇଛି । ତେଣୁ ଆମେ କହିପାରିବା ସେ ଜନପ୍ରତିନିଧି ହୁଅନ୍ତୁ କିମ୍ବା ପ୍ରଶାସକ ଲୋକଙ୍କ ସେବାରେ ବ୍ରତି ହେଲେ ସେମାନଙ୍କୁ ବାହାବା ମିଳିବ ହିଁ ମିଳିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.