ଡ୍ରଗ୍ସ ମାମଲାରେ ଦୀପିକା, ସାରା ଓ ଶ୍ରଦ୍ଧାଙ୍କୁ ଜେରା କରିଥିବା ଏନସିବି ଅଧିକାରୀଙ୍କୁ କରୋନା

Published By : Prameya-News7 Bureau | October 04, 2020 IST

ମୁମ୍ବାଇ ୦୪/୧୦: ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)ର ଉପ-ନିର୍ଦେଶକ କେପିଏସ ମଲହୋତ୍ରା କରୋନାରେ ସଂକ୍ରମିତ। ସେ ସୁଶାନ୍ତ ମୃତ୍ୟ ମାମଲାରେ ଜଡ଼ିତ ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଜେରା କରିଥିଲେ। କେବଳ ଦୀପିକା ନୁହନ୍ତି ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ପଚରାଉଚରା କରିସାରିଛନ୍ତି। ଏବେ ତାଙ୍କ ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢ଼ାଇଛି।

ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ଦିଲ୍ଲୀ ଏନସିବିର ୫ ଜଣିଆ ଟିମ ମୁମ୍ବାଇ ଯାଇଥିଲେ। ଏ ଟିମର ନେତୃତ୍ବରେ ଥିଲେ କେପିଏସ ମଲହୋତ୍ରା। ଏହି ଟିମ ସୁଶାନ୍ତ ମାମଲା ଓ ବଲିଉଡ ଡ୍ରଗ୍ସ ମାଫିଆ ମାମଲାର ତଦନ୍ତ କରୁଛି।

ମଲହୋତ୍ରା ଟିମ୍ ମୁଖିଆ ହୋଇଥିବାରୁ ସେ ଅନେକ ଲୋକଙ୍କୁ ଏ ବାବଦରେ ପଚାର ଉଚରା କରିସାରିଲେଣି। ସେ  ରିୟା ଚକ୍ରବର୍ତୀଙ୍କ ସମେତ ଅନେକ ଡ୍ରଗ ପେଡଲରଙ୍କୁ ମଧ୍ୟ ଜେରା କରି ଜେଲ ପଠାଇଛନ୍ତି। ତେବେ ଏବେ ତାଙ୍କ ସହ ସାମିଲ ଥିବା ତଥା ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ କରୋନା ଟେଷ୍ଟ କରାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.