Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଣ୍ଡିଖୋଲ : ଅଜଣା ଗାଡି ଧକ୍କାରେ ହୋମ୍‌ଗାର୍ଡଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ଏକତରଫା ପ୍ରେମରୁ ଗଲା ଜୀବନ, ଯୁବତୀଙ୍କ ଗଳା କାଟିଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମା’ ମୃତ
  • ||
  • ଢେଙ୍କାନାଳ : ୩ଦିନ ହେଲା ଜଳୁଛି ଜଙ୍ଗଲ, ଲକ୍ଷ ଲକ୍ଷ ଗଛ ପୋଡି ପାଉଁଶ, ଭୟରେ ଜଙ୍ଗଲ ଛାଡି ପଳାଉଛନ୍ତି ବନ୍ୟଜନ୍ତୁ
  • ||
  • ଢେଙ୍କାନାଳ : କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦି ସମେତ ୬ଟି ପର୍ଯ୍ୟଟନସ୍ଥଳୀର ହେବ ସଂଯୋଗୀକରଣ
  • ||
  • ସ୍ୱିଜରଲାଣ୍ଡରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବା ମନା ! ମତଦାନ ଦ୍ୱାରା ନିଆଗଲା ନିଷ୍ପତ୍ତି
  • ||
  • ରାଫେଲ୍ ତିଆରି କରିଥିବା କମ୍ପାନୀର ମାଲିକ ମୃତ, ହେଲିକପ୍ଟର ଦୁର୍ଘଟଣାରେ ହାରିଲେ ଜୀବନ
  • ||
  • ଆଜିଠୁ ବଢିବ ତାତି, ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ ଅସହ୍ୟ ଗରମ
  • ||
  • ଟିକା ନେବା ପରେ କୋଭିଡ୍ ପଜିଟିଭ୍ ହେଲେ ଭିଜିଲାନ୍ସ ଏସପି
  • ||

ଅଫିସର୍‌ ଶୁଣୁ ନାହାନ୍ତି ବିଧାୟକଙ୍କ କଥା !

19/10/2019 at 9:29 PM

ନବରଙ୍ଗପୁର ୧୯।୧୦ – ବିଧାୟକଙ୍କ କଥା ଶୁଣୁନାହାନ୍ତି ଅଫିସର ।ଏମିତି ଏକ ସଙ୍ଗୀନ ଅଭିଯେ।ଗ ଆଣିଛନ୍ତି ଡାବୁଗାଁ ବିଧାୟକ ମନେ।ହର ରନ୍ଧାରୀ । ନିକଟରେ ତାଙ୍କ ନିର୍ବାଚନମଣ୍ଡଳୀର କିଛି ଆଶ୍ରମ ସ୍କୁଲକୁ ସରପ୍ରାଇଜ୍ ଭିଜିଟ୍ କରିଥିଲେ ବିଧାୟକ । ସ୍କୁଲ ଗୁଡିକର ଅବ୍ୟବସ୍ଥାକୁ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ଓ ବିଡିଓଙ୍କୁ ନିର୍ଦେଶ ଦେଇଥିଲେ । କିନ୍ତୁ ସେମାନେ ବିଧାୟକଙ୍କ କଥାକୁ ଅଣଦେଖା କରିଥିବା ଅଭିଯେ।ଗ କରିଛନ୍ତି ବିଧାୟକ ।

ଅଫିସରଙ୍କ ବିରେ।ଧରେ ବିଧାୟକଙ୍କ ବିଷେଦଗାର । ବିଧାୟକଙ୍କ ନିର୍ଦେଶକୁ ଖାତିର କରୁନାହାନ୍ତି ଅଫିସର । ଜିଲ୍ଲା ପରିଷଦ ବୈଠକରେ ଏଭଳି ସଙ୍ଗୀନ ଅଭିଯେ।ଗ ଆଣିଛନ୍ତି ଡାବୁଗାଁ ବିଧାୟକ ମନେ।ହର ରନ୍ଧାରୀ । ନିକଟରେ କିଛି ଆଶ୍ରମ ସ୍କୁଲକୁ ସରପ୍ରାଇଜ୍ ଭିଜିଟ୍‌ରେ ଯାଇଥିଲେ ବିଧାୟକ ।ହଠାତ୍ ସ୍କୁଲରେ ପହଞ୍ଚି ଛାତ୍ର,ଛାତ୍ରୀଙ୍କୁ ସରକାରୀ ସୁବିଧା ମିଳୁଛି କି ନାହିଁ ପଚାରି ବୁଝିଥିଲେ । ୨୬୮ ପିଲାଙ୍କ ଉପସ୍ଥାନ ଥିବା ବେଳେ ଉପସ୍ଥିତ ଥିଲେ ୫୮ ପିଲା । ଆଉ ୨୮ ପିଲାଙ୍କ ପାଇଁ ରହିଥିଲା ଖାଦ୍ୟ ।ତେବେ ସ୍କୁଲର ଅବ୍ୟବସ୍ଥା ସମ୍ପର୍କରେ ଆଲେ।ଚନା କରିବାକୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଡକାଇଥିଲେ ବିଧାୟକ । ହେଲେ ଶିକ୍ଷୟିତ୍ରୀ ଆସି ନ ଥିଲେ । ଏହା ପରେ ତାତିଥିଲେ ବିଧାୟକ । ତୁରନ୍ତ ପାପଡାହାଣ୍ଡି ବିଡ଼ିଓଙ୍କୁ ଡକାଇ ଘଟଣା ବିଷୟରେ ଅବଗତ କରାଇବା ସହ ସମ୍ପୃକ୍ତ ଶିକ୍ଷକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠା ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ ।କିନ୍ତୁ ବିଧାୟକଙ୍କ ନିର୍ଦେଶକୁ ଅଣଦେଖାକରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ଅଫିସର।

ଘଟଣାକୁ ନେଇ ଜିଲ୍ଲା ପରିଷଦ ବୈଠକରେ ବର୍ଷିଛନ୍ତି ବିଧାୟକ । ମାଇକ ଧରି ବିଡିଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସିଧାସଳଖ ଅଭିଯେ।ଗ କରିଛନ୍ତି । ଅଭିଯେ।ଗ ପରେ ଜିଲ୍ଲାପାଳ ଦୁଇଟି ଆଶ୍ରମ ବିଦ୍ୟାଳୟ ଧନସୁଲି ଓ ମାନିଗାଁ ଆଶ୍ରମ ବିଦ୍ୟାଳୟର ୩ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ।କିନ୍ତୁ କାହିଁକି ବିଧାୟକଙ୍କୁ ନିର୍ଦେଶକୁ ଅଣଦେଖା କରାଗଲା ତାର ଉତ୍ତର ଦେବାକୁ ଧରାଛୁଆଁ ଦେଉନାହାନ୍ତି ପ୍ରଶାସନିକ ଅଧିକାରୀ।

   Related Posts