ସହକାରୀ ବନ୍ୟ ସଂରକ୍ଷକ କରୋନା ପଜିଟିଭ, ୨ ଦିନ ପାଇଁ ଅଫିସକୁ ବନ୍ଦ ରଖିଲା ପ୍ରଶାସନ

Published By : Prameya-News7 Bureau | July 15, 2020 IST

ବାଲେଶ୍ୱର ୧୫।୦୭:  କରୋନା କବଳରେ ବାଲେଶ୍ୱର ସହକାରୀ ବନ ସଂରକ୍ଷକ । ତାଙ୍କର ନମୁନା ପଜିଟିଭ ବୋଲି ଜଣାପଡିବା ପରେ ଆଜିଠାରୁ ଦୁଇ ଦିନ ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

{"id":300637,"sizeSlug":"large"}

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିବ ଅଫିସ । ଏହି ଦୁଇ ଦିନ ପାଇଁ ବନଖଣ୍ଡ ଅଧିକାରୀ ତଥା ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟଳୟରେ କାର୍ୟ୍ୟରତ ସମସ୍ତ କର୍ମଚାରୀ ଏବଂ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ବନବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.