ବିଷ ବୋତଲ ବ୍ୟାଗ୍‌ରେ ନେଇ ସ୍କୁଲରେ ପହଞ୍ଚିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ, ତାପରେ…

Published By : Prameya-News7 Bureau | November 24, 2019 IST

ଚନ୍ଦୌଲି ୨୪।୧୧: ଜଣେ ଛାତ୍ରୀଙ୍କ ନିଜ ବ୍ୟାଗ୍ ରେ ବିଷ ବୋତଲ ନେଇ ପହଞ୍ଚିଗଲେ ସ୍କୁଲରେ । ଯାହାକୁ ସୂଚନା ମିଳିବା ପରେ ସ୍କୁଲରେ ଚହଳ ପଡିଯାଇଥିଲା । ତେବେ ଛାତ୍ରୀ ଜଣଙ୍କ କଣ ପାଇଁ ସ୍କୁଲକୁ ବିଷ ବୋତଲ ଧରି ଆସିଥିସେ ତାର ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସ ସଂପୃକ୍ତ ଛାତ୍ରୀଙ୍କୁ ପଚରାଉଚରା କରୁଛି ।

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶ ଚନ୍ଦୌଲିର ଚକିଆ କୋତବାଲି ଅଞ୍ଚଳର ପଞ୍ଚବନିଆ ଗାଁ ସ୍ଥିତ ପୂର୍ବ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରୀ ସ୍କୁଲକୁ ବିଷ ବୋତଲ ନେଇ ପହଞ୍ଚିଯାଇଥିଲେ । ଏକଥା ଛାତ୍ରୀଙ୍କ ସହପାଠୀମାନେ ଜାଣିବା ପରେ ଶିକ୍ଷକଙ୍କୁ ଜଣାଇଥିଲେ । ଶିକ୍ଷକ ଜାଣିବା ପରେ ସ୍କୁଲ ସାରା ଚହଳ ପଡିଯାଇଥିଲା ।

ଶିକ୍ଷକ ବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ ଏକଥା ଜଣାଇଥିଲେ । ପ୍ରିନ୍ସିପାଲ ଏକଥା ଜାଣିବା ପରେ ଶିକ୍ଷା ବିଭାଗ ଏବଂ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବିଦ୍ୟାଳୟରେ ପୋଲିସ ପହଞ୍ଚିଥିଲା । ସଂପୃକ୍ତ ଛାତ୍ରୀଙ୍କୁ ପୋଲିସ ପଚରାଉଚରା ମଧ୍ୟ କରିଥିଲା । ପରେ ଛାତ୍ରୀଙ୍କର ଘର ଲୋକଙ୍କୁ ସ୍କୁଲକୁ ଡକାଯାଇଥିଲା । ଛାତ୍ରୀଙ୍କ ଘରଲୋକ ଆସିବା ପରେ ତାଙ୍କ ନାଁ ସ୍କୁଲରୁ କାଟି ପ୍ରିନ୍ସିପାଲ ତାଙ୍କୁ ଘରକୁ ପଠାଇଦେଇଥିଲେ ।

ଘଟଣା ପରେ କିଛି ସମୟ ପର୍ଯ୍ୟନ୍ତ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ମଧ୍ୟ ଦିଆଯାଇନଥିଲା । ଗ୍ରାମବାସୀ ଏକଥା ଜଣାପଡିବା ପରେ ଶହ ଶହ ସଂଖ୍ୟାରେ ଗ୍ରାମବାସୀ ସ୍କୁଲରେ ଜମା ହୋଇଯାଇଥିଲେ ।

ସୂଚନାଯୋଗ୍ୟ ଯେ, ଛାତ୍ରୀ ଜଣଙ୍କ କଣ ପାଇଁ ବିଷ ବୋତଲ ଧରି ସ୍କୁଲ ଆସିଥିଲେ ତାହା ସ୍ପଷ୍ଟ ଜଣାପଡିନାହିଁ । ଅନ୍ୟପଟେ ଶିକ୍ଷକମାନେ କହିଛନ୍ତି ଯେ, ଯଦି ଆଗକୁ ଏ ନେଇ ସୂଚନା ମିଳିପାରିନଥାନ୍ତା ତେବେ କିଛି ବି ଅଘଟଣ ଘଟିଯାଇପାରିଥାନ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.