ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ଓଏଫଡିସି ସୁପରଭାଇଜର

Published By : Prameya-News7 Bureau | November 05, 2019 IST

ଝାରସୁଗୁଡ଼ା ୫/୧୧: ଲାଞ୍ଚୁଆ ବାବୁଙ୍କ ମୁହଁ ଫୁଟାଣି। ଯେପରି ସରକାରୀ ସମ୍ପତ୍ତି ବାବୁଙ୍କ ପୈତୃକ ସମ୍ପତ୍ତି। ସେ ଖୋଲାଖୋଲି ସ୍ୱୀକାର କରିଛନ୍ତି ସେ ନିୟମିତ ଟଙ୍କା ନେଉଥିଲେ ଓ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସରକାରୀ ସୁବିଧା ଦେଉଥିଲେ। ଏମିତିକି ବନ ବିଭାଗର କାଠକୁ ବାକିରେ ଦେଉଥିଲେ।

{"id":179520}

ଏହିଭଳି ଏକ ଘଟଣାକ୍ରମରେ ଝାରସୁଗୁଡା ବନ ଉନ୍ନୟନ ନିଗମ କାର୍ଯ୍ୟାଳୟର ସୁପରଭାଇଜର ସୁମନ୍ତ ପାଇକରାୟ ୧୬ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିବା ପରେ କହିଛନ୍ତି। ଆଜି ଅପରାହ୍ନରେ ଦୈତାରୀ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ନିଲାମ ନେଇଥିବା  ଜାଳେଣି କାଠକୁ ବୋଝେଇ କରିବାକୁ ୧୬ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସର ଅଧିକାରୀମାନେ ତାଙ୍କୁ ଧରିବା ପରେ ଗିରଫ କରିଛନ୍ତି।

{"id":179521}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.