Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ପୁରୁଣା ଦିଲ୍ଲୀର ଚାନ୍ଦିନୀ ମହଲ ଅଞ୍ଚଳ ସିଲ୍: ୧୩ ମସଜିଦ୍‌ରୁ ଚିହ୍ନଟ ହେଲେ ୫୨ ଜଣ କରୋନା ସଂକ୍ରମିତ

11/04/2020 at 6:20 PM

ନୂଆଦିଲ୍ଲୀ ୧୧/୦୪: ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି| କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ତାଜା ସୂଚନା ଅନୁଯାୟୀ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪୪୭ ହେଲାଣି| ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣଙ୍କର ମୃତ୍ୟୁ ହୋଇଛି | ଦେଶରେ ଏବେ ସୁଦ୍ଧା ୨୩୯ ଜଣଙ୍କର ମୃତ୍ୟୁ ହେଲାଣି | ଏବେ ସୁଦ୍ଧା ୬୪୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି |

ପୁରୁଣା ଦିଲ୍ଲୀର ଚାନ୍ଦିନୀ ମହଲରେ ଗତ ୭୨ ଘଣ୍ଟାରେ ୩ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି | ୧୩ ମସଜିଦରୁ ୧୦୨ ଜଣଙ୍କ ମଧ୍ୟରୁ ୫୨ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହାପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି | ସେଣ୍ଟ୍ରାଲ ଦିଲ୍ଲୀର ଜିଲ୍ଲା ଅଧିକାରୀ ଚାନ୍ଦିନୀ ମହଲ ଅଞ୍ଚଳ ସିଲ କରିଛନ୍ତି | ସ୍ଥାନୀୟ ଅଞ୍ଚଳରେ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି | ରାସ୍ତାରେ ପୋଲିସ ନିୟୋଜିତ କରାଯାଇଛି ଏବଂ ସୁରକ୍ଷାକର୍ମୀ ଲଗାତାର ସେହି ଅଞ୍ଚଳକୁ ଗସ୍ତ କରୁଛନ୍ତି |

ରାଜଧାନୀ ଦିଲ୍ଲୀରେ ସିଲ ହେଉଥିବା ହଟସ୍ପଟ ସଂଖ୍ୟା ବଢି ୩୦ ହେଲାଣି | ଶୁକ୍ରବାର ଦିନ ଦିଲ୍ଲୀର ୬ଟି ନୂଆ ଜାଗା ହଟସ୍ପଟ ଚିହ୍ନଟ କରାଯାଇଥିଲା ଏବଂ ତାକୁ ସିଲ କରାଯାଇଥିଲା | ଯେଉଁ ୬ଟି ଜାଗାକୁ ସିଲ କରାଯାଇଛି ସେଗୁଡିକ ହେଲା, ନବୀ କରିମ, ଜିଟିବି ଏନକ୍ଳେଭର ଇ-ମାର୍କେଟ, ଜାକିର ନଗର ଗଳି ନମ୍ବର ୧୮ ଓ ୨୨ ଏବଂ ଜାକିର ନଗର ଅବୁ ବକର ମସଜିଦ|ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଶୁକ୍ରବାର ଦିନ କହିଛନ୍ତି ଯେ, ତାଙ୍କୁ କେନ୍ଦ୍ର ତରଫରୁ ୧୩ ହଜାର ୫୦୦ ପିପିଆଇ କୀଟ ଉପଲବ୍ଧ କରାଇ ଦିଆଯାଇଛି| ଏହି ସବୁ କୀଟ ଟ୍ରକରେ ଲୋଡ଼ କରି ଦିଲ୍ଲୀ ସରକାରଙ୍କ ଗୋଦାମକୁ ପଠାଯାଉଛି|

ଏବେ ମଧ୍ୟ ଦିଲ୍ଲୀର ଓଖଲା ପରିବା ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି | ଶୁକ୍ରବାର ସନ୍ଧ୍ୟାରେ ଲୋକ ପରିବା ଓ ଫଳ କିଣିବା ପାଇଁ ଭିଡ କରିଥିଲେ | ଏଠାରେ ସାମାଜିକ ଦୂରତାର ମଜାକ ଉଡାଇ ଦିଆଯାଇଥିଲା | ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ୯୦୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି |

   Related Posts