ଜଳୁଛି ଶିମିଳିପାଳ : ନିଆଁ ଆୟତ୍ତ ପାଇଁ ୨୬ଜଣିଆ ଓଡ୍ରାଫ୍ ଟିମ୍ ନିୟୋଜିତ

Published By : Prameya-News7 Bureau | March 09, 2021 IST

କରଞ୍ଜିଆ ୯।୩: ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନି । ମଙ୍ଗଳବାର ଶିମିଳିପାଳ ଉତ୍ତର ଜୋନରେ ଥିବା ୬ଟି ରେଞ୍ଜର ୧୨ଗୋଟି ବିଟ୍ ଅଞ୍ଚଳରେ ୯୩ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ସାଟେଲାଇଟ୍ ରିପୋର୍ଟରୁ ସୂଚନା ମିଳିଛି ।

{"id":419986,"sizeSlug":"large","linkDestination":"none"}

ସେଥି ମଧ୍ୟରୁ ବରେହିପାଣି ରେଞ୍ଜରେ ୩ଟି ବିଟ୍, ଗୁଡୁଗୁଡ଼ିଆ ରେଞ୍ଜରେ ୩ଟି, ତାଲବନ୍ଧ ରେଞ୍ଜରେ ୨ଟି, କେନ୍ଦୁମୁଣ୍ଡି ରେଞ୍ଜରେ ୨ଟି, ଚହଲା ଓ ନଅଣା ରେଞ୍ଜରେ ଗୋଟିଏ ଲେଖାଏଁ ବିଟ୍ ଅଞ୍ଚଳରେ ସମୁଦାୟ ୯୩ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି ।

{"id":419987,"sizeSlug":"large","linkDestination":"none"}

ଶିମିଳିପାଳରେ ଲାଗିଥିବା ନିଆଁ ଲିଭାଇବା ପାଇଁ ବନ ବିଭାଗ ସହ ଅଗ୍ନିଶମ ବିଭାଗର ୪ଟି ଟିମ୍ ଜଙ୍ଗଲ ଭିତରକୁ ପ୍ରବେଶ କରିଛି । ମଙ୍ଗଳବାର ବାଲେଶ୍ବରରୁ ଗୋଟିଏ ୨୬ ଜଣିଆ ଓଡ୍ରାଫ୍ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.