ନଦୀରୁ ଶବ ଉଦ୍ଧାର କରି ଦେଢ କିଲୋମିଟର କାନ୍ଧରେ ବୋହି ଗାଁକୁ ଆଣିଲେ ଓଡ୍ରାଫ୍ ଟିମ୍

Published By : Prameya-News7 Bureau | September 05, 2019 IST

ଜୟପୁର ୫।୯: ଘଞ୍ଚ ଜଙ୍ଗଲ ରାସ୍ତା । ପାଦେ ପାଦରେ ବିପଦ। ଚାଲିବାକୁ ବି ରାସ୍ତା ନାହିଁ। ଆଉ ଏହି ଜଙ୍ଗଲ ମଧ୍ୟ ଦେଇ ଦେଢ କିଲୋମିଟର ଚାଲି ଚାଲି ଗୋଟିଏ ଶବକୁ ନଦୀରୁ ଉଦ୍ଧାର କରିବା ପରେ ତାକୁ ବୋହି ଗାଁକୁ ଆଣିଥିଲେ କୋରାପୁଟର ଓଡ୍ରାଫ ଟିମ୍। ଆଉ ଏହି ଚିତ୍ର ଏବେ ସାମ୍ନାକୁ ଆସିବା ପରେ କୋରାପୁଟ ଏହି ଓଡ୍ରାଫ ଦଳକୁ ମିଳୁଛି ଢେର ପ୍ରଶଂସା।

{"id":153451}

ଗତ ୨ ତାରିଖରେ ବୋରିଗୁମ୍ମା ବ୍ଲକର ଡମ୍ବତୁରୁଂଜି ଗାଁ ନିକଟ ଚାବେରୀ ନଦୀ ପାର ହେବା ସମୟରେ ଚିନ୍ତାମଣି ମୁଦୁଲି ନାମକ ଜଣେ ବୃଦ୍ଧା ଭାସିଯାଇଥିଲେ। ଆଉ ଖବର ପାଇ ଅଗ୍ନିଶମ ଓ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ। ତେବେ ୨ ଦିନ ଖୋଜାଖୋଜି କରିବା ପରେ ଗତକାଲି ତାଙ୍କୁ ଘଟଣାସ୍ଥଳରୁ ୩ କିଲୋମିଟର ଦୂର ହରିଡାଗୁଡା ନିକଟରେ ମୃତ ଅବସ୍ଥାରେ ଠାବ କରାଯାଇଥିଲା। ହେଲେ ସେଠାକୁ ଗାଡି ଯିବା ପାଇଁ ରାସ୍ତା ନଥିବାରୁ ଓଡ୍ରାଫ ଟିମ୍ ଦେଢ କିଲୋମିଟର କାନ୍ଧରେ ବୋହି ଶବକୁ ଆଣିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.