Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଆସୁଛି ଅମ୍ଫାନ୍‌: ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ମୁତୟନ ହୋଇଛନ୍ତି NDRF ଏବଂ ODRAF

19/05/2020 at 2:38 PM

ବାଲେଶ୍ୱର ୧୯।୦୫: ବାତ୍ୟା ଅମ୍ଫାନ୍ ପାଇଁ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସମଗ୍ର ଜିଲ୍ଲାର ୧୨ଟି ବ୍ଲକର ୭୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଲୋକେ ଘର ନଛାଡ଼ିବାରୁ ଏପର୍ଯ୍ୟନ୍ତ ମାତ୍ର ୧୩୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି ବାଲେଶ୍ବର ଜିଲ୍ଲା ପର୍ଯ୍ୟବେକ୍ଷକ ମଧୁସୂଦନ ପାଢ଼ୀ ।

ତେଣୁ ଆଜି ପୋଲିସ ସହାୟତାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ବାଲେଶ୍ବରରେ ମୋଟ ୪ଟି ୨୫ ଜଣିଆ ଏନଡିଆରଏଫ ଟିମ ଆଲର୍ଟ ରଖାଯାଇଛି । ବାଲିଆପାଳ ଓ ଭୋଗରାଇ ବ୍ଲକରେ ଏନଡିଆରଏଫକୁ ସଜାଗ କରାଯାଇଛି । ସେହିପରି ୨ଟି ଓଡ୍ରାଫ ଟିମ୍  ଆଲର୍ଟ ଥିବା ବେଳେ ଆଉ ୬ଟି ଓଡ୍ରାଫ ଟିମ୍  ବାଲେଶ୍ବର ଯାଉଛନ୍ତି । ଏହା ସହିତ ଦମକଳ ବାହିନୀକୁ ମଧ୍ୟ ସଜାଗ ରଖାଯାଇଛି ।

   Related Posts