ଓଡିଏମ ସ୍କୁଲର ଶିକ୍ଷା ମାରଣ ନୀତି, ଶିକ୍ଷା ଆଳରେ ବ୍ୟବସାୟ: ଜୋର ଜବରଦସ୍ତ ୧୧ଜଣ ଛାତ୍ରଛାତ୍ରୀଙ୍କୁ ଟିସି ଦେଇ ବାହାର କରିଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ

Published By : Prameya-News7 Bureau | March 16, 2019 IST

ଭୁବନେଶ୍ୱର ୧୬/୩ : ପିଲାଙ୍କ ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ପାଣି ଭଳି ଟଙ୍କା ବୁହାଉଛନ୍ତି ବାପାମାଆ। କିନ୍ତୁ ପାଠପଢ଼ିବା ପାଇଁ ଅଭିଭାବକ ଯେଉଁ ସ୍କୁଲକୁ ପିଲାଙ୍କୁ ପଠାଉଛନ୍ତି ସେଠି ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି କର୍ତ୍ତୃପକ୍ଷ । କେବେ ଫି ବାହାନାରେ ରେଜଲ୍ଟ ସ୍ଥଗିତ ରଖୁଛନ୍ତି ତ ଆଉ କେବେ ଟିସି ଦେଇ ବିଦା କରୁଛନ୍ତି । ଯେମିତି ଛାତ୍ରଛାତ୍ରୀଙ୍କୁ ନୀତି ଆଦର୍ଶର ପାଠପଢ଼ାଉଥିବା ODM ସ୍କୁଲ କର୍ତ୍ତୃପକ୍ଷ ଟଙ୍କା ପାର୍ଇ ପିଲାଙ୍କୁ ସ୍କୁଲରୁ ବାହାର କରିଦେଇଛନ୍ତି…

{"id":94239}


ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଚାଲିଛି ଖେଳ । ଶିକ୍ଷାଦାନ ଆଳରେ ଶିକ୍ଷାକୁ ବ୍ୟବସାୟ କରିଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ପ୍ରତିବର୍ଷ ଅଭିଭାବ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି । ତଥାପି ମନ ନପୁରିବାରୁ ଡ୍ୟୁକ୍ଲିୟର ହୋଇନଥିବା ଦର୍ଶାଇ ୧୧ ଜଣ ପିଲାଙ୍କୁ ଟିସି ଦେବାଭଳି କୁତ୍ସିତକାମ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉ ନାହାଁନ୍ତି ସ୍କୁଲ କର୍ତ୍ତୃପକ୍ଷ। ଏମିତି ଘଟଣା ଘଟିଛି ପଟିଆଛକରେ ଥିବା ODM ସ୍କୁଲରେ ।

{"id":94244}

୬ ସାତ ବର୍ଷର ପିଲାଙ୍କ ଭବିଷ୍ୟତକୁ ଦେଖି ମଧ୍ୟ ସ୍କୁଲ କର୍ତ୍ତୃପକ୍ଷଙ୍କ ମନରେ ଟିକେ ମଧ୍ୟ ଦୟା ଆସିଲାନି । ଜୋରଜବଦସ୍ତ ଟିସି ଦେଇ ୧୧ ଜଣ ପିଲାଙ୍କୁ ତଡ଼ି ଦେଇଛନ୍ତି । ପୂର୍ବରୁ ସ୍କୁଲ ଫି ଆଳରେ ଅନେକ ନିର୍ଯାତନା ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ସୁପ୍ରିମକୋର୍ଟଙ୍କ ରାୟକୁ ଉଲଂଘନ ଛାତ୍ରଛାତ୍ରୀ ରେଜଲ୍ଟ ସ୍ଥଗିତ ରଖି ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳିଛନ୍ତି । ସ୍କୁଲ କର୍ତ୍ତୃପକ୍ଷଙ୍କ ଦଲାଲ ମନୋବୃତ୍ତିକୁ ଅଭିଭାବକ ସଂଘ ବିରୋଧ କରିବା ସହ ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ।

{"id":94242}


ସ୍କୁଲ କର୍ତ୍ତୃପକ୍ଷଙ୍କ ଏହି ମାରଣ ନୀତିକୁ କେବଳ ସେମାନଙ୍କ ଅଭିଭାବ ବିରୋଧ କରିନାହାଁନ୍ତି । ଅରଗାନାଇଜେସନ ଅଫ ପ୍ୟାରେଣ୍ଟ ଆସୋସିଏସନ ଫୋରମ ମଧ୍ୟ ବିରୋଧ କରିଛି । ଶିକ୍ଷା ନୀତିର ଉଲଂଘନ କରିଥିବା ODM ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନଦ ଦାବି କରିଛି ସଂଘ ।

{"id":94243}


ODM ସ୍କୁଲର ଶିକ୍ଷା ମାରଣନୀତି ଅତ୍ୟନ୍ତ ନିନ୍ଦନୀୟ । ସମସ୍ୟା ସମ୍ପର୍କରେ ଅଭିଭାବକ ମାନଙ୍କୁ ନଜଣାଇ ପିଲାଙ୍କ ବିରୋଧରେ ଏମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଗରୁ ଟିକେ ମଧ୍ୟ ପଛଘୁଞ୍ଚା ଦେଇ ନାହାଁନ୍ତି ODM କର୍ତ୍ତୃପକ୍ଷ । ଯେଉଁ ସ୍କୁଲରେ ଟଙ୍କା ପାଇଁ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି । ସେହି ସ୍କୁଲରେ ପଢ଼ିଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଣ ହେବ ତାହା ଭଗବାନଙ୍କୁ ହିଁ ଜଣା…ଅଭିଭାବକଙ୍କୁ  ନୋଟିସ ନ ଦେଇ ଛାତ୍ରଛାତ୍ରୀଙ୍କ ଅର୍ଥ ଆଳରେ ଟିସି ଦେଇ ବାହାର କରିବା କେତେ ଯୁକ୍ତିଯୁକ୍ତ । ତାକୁ ନେଇ ବର୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.