Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନିର୍ବାଚନରେ ସୁରଟ ଓଡିଆ ଭୋଟର ହେବେ ନିର୍ଣ୍ଣାୟକ: ସବୁ ରାଜନୈତିକ ଦଳ ଏବେ ସୁରଟ ମୁହାଁ

28/08/2018 at 6:44 AM

ଭୁବନେଶ୍ବର୨୮|୮:ସୁରଟ ଓଡିଆଙ୍କୁ ମନେଇବାକୁ ଆରମ୍ଭ ହୋଇଛି ରାଜନୈତିକ ପ୍ରତିଯୋଗିତା । ବିଜେଡି ଓ କଂଗ୍ରେସ ଉଭୟ ସୁରଟ ଓଡିଆଙ୍କୁ ନିଜ ପଟକୁ ଆଣିବାକୁ ଉଦ୍ୟମ କରିଛନ୍ତି । ରାଜ୍ୟଅର୍ଥ ମନ୍ତ୍ରୀଙ୍କ ସୁରଟ ଗସ୍ତ ପରେ ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁରଟ ଗସ୍ତକରି ଓଡିଆଙ୍କୁ ଭେଟିବାକୁ ଯୋଜନା କରିଛନ୍ତି । ଆଉ ଏପଟେ ସୁରଟକୁ ସ୍ବତନ୍ତ୍ର ଟ୍ରେନ ଓ ବିମାନ ଚଳାଚଳ କରିବାକୁ ଦାବି କରି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ସୁରଟରେ ଥିବା ୮ଲକ୍ଷରୁ ଉର୍ଦ୍ଧ ଓଡିଆଙ୍କ ଭିତରୁ ଅଧିକାଂଶ ଗଞ୍ଜାମ ଜିଲ୍ଲାର । ତେଣୁ ସେମାନଙ୍କୁ ନିଜପଟକୁ ଆଣିବାକୁ ସୁରଟ ଓଡିଆଙ୍କ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟାଇଛନ୍ତି ଗଞ୍ଜାମର ବିଜେଡି ନେତା । ଏହାକୁ ନେଇ ଜୋର ଧରିଛି ରାଜନୀତି ।
ସୁରଟ ଓଡିଆ ହେବେ ଓଡ଼ିଶା ନିର୍ବାଚନର ନିର୍ଣ୍ଣାୟକ । କୁଆଡେ ଯିବ ସୁରଟରେ ରହୁଥିବା ଓଡିଶା ଭୋଟରଙ୍କ ଭୋଟ । ସାଧାରଣ ନିର୍ବାଚନ ଆଗରୁ ଗୁଜୁରାଟର ସୁରଟରେ ଥିବା ଓଡିଆ ଭୋଟରଙ୍କୁ ମନେଇବାକୁ ରାଜନୈତିକ ପ୍ରତିଯୋଗିତା ଆରମ୍ଭ ହୋଇଛି । ସୁରଟରେ ଅଛନ୍ତି ୮ ଲକ୍ଷରୁ ଅଧିକ ଓଡିଆ । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ତେଣୁ ଭୋଟ ଆଗରୁ ସେମାନଙ୍କ ମନ ଜିଣିବାକୁ ସରକାର ଉଦ୍ୟମ କରିଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସୁରଟ ଯାଇ ଓଡିଆଙ୍କ ସମସ୍ୟା ବୁଝିବା ପରେ ଏବେ ସୁରଟକୁ ସ୍ବତନ୍ତ୍ର ଟ୍ରେନ ଓ ବିମାନଚଳା ଚଳ କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଗୁଜୁରାଟରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ବିରୋଧର କେଇ ଦିନ ପରେ ଗଞ୍ଜାମର ଗୋପାଳପୁର ବିଜେଡି ବିଧାୟକଙ୍କ ନେତୃଥ୍ବରେ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଗୁଜୁରାଟର ପ୍ରବାସୀ ଓଡିଆ । ଓଡିଶା ବିକାଶ ମଞ୍ଚର ୧୬୦ ପ୍ରତିନିଧି ଦଳ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଗୁଜରାଟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନେଉଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଏଥି ସହ ସୁରଟ ଯିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛି ମଞ୍ଚ । ସେପଟେ ସେପ୍ଟେମ୍ବର ୧ରୁ ସୁରଟକୁ ଯିବାକୁ ତିନି ଦିନିଆ ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଆଙ୍କ ଉତ୍ସବରେ ଯୋଗ ଦେବା ସହ ଓଡିଆଙ୍କ ସମସ୍ୟା ନେଇ ଆଲୋଚନା କରିବେ । କିନ୍ତୁ ତା ପୂର୍ବରୁ ରାଜ୍ୟ ସରକାରଙ୍କ ସୁରଟ ପ୍ଲାନକୁ ନେଇ ରାଜନୀତିର ଗନ୍ଧ ବାରିଛନ୍ତି ଉଭୟ ବିଜେପି ଓ ବିଜେଡି । କହିଛନ୍ତି ସରକାର କେବଳ ସାଙ୍କେତିକ ଭାବେ କହଲେ ହେବନି । ସରକାର ସେମାନଙ୍କ ପାଇଁ କଣ କରିଛନ୍ତି କହିବା ଦରକାର । ତାହା ନକରି ଏହା ନିର୍ବାଚନ ଆଗରୁ କେବଳ ମନେଇବାକୁ ଉଦ୍ୟମ ।
ସବୁ ରାଜନୈତିକ ଦଳ ସୁରଟରେ ଥିବା ପ୍ରବାସୀ ଓଡିଆଙ୍କ ଲାଗି ପାଟି ଖୋଲିଛନ୍ତି । ତେବେ ବାସ୍ତବରେ ଏହା କତେ ସେମାନଙ୍କ ଲାଗି ଫଳପ୍ରଦ ହେଉଛି ତାହା ଉପରେ ହିଁ ବାସ୍ତବତା ନିର୍ଭର କରିବ ।

   Related Posts