Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆର୍ୟନ ଖାନଙ୍କ କେସ୍‌ର ତଦନ୍ତଭାର ଏବେ ଓଡ଼ିଆ IPS ସଞ୍ଜୟ ସିଂହ ଉପରେ, ଜାଣନ୍ତୁ କିଏ?

6/11/2021 at 9:49 PM

ନୂଆଦିଲ୍ଲୀ ୬।୧୧: କାର୍ଡିଲିଆ କ୍ରୁଜ୍ ଡ୍ରଗ୍ସ କେସ୍‌ର ତଦନ୍ତଭାର ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)  ଜଣେ ଡିଡିଜି ପାହ୍ୟାର ଅଧିକାରୀ ସଞ୍ଜୟ ସିଂହଙ୍କ ଉପରେ ନ୍ୟସ୍ତ କରିଛନ୍ତି। ଏପର୍ଯ୍ୟନ୍ତ ମୁମ୍ବାଇ ଏନସିବି ନିର୍ଦ୍ଦେଶକ ସମୀର ୱାଙ୍ଖଡେ ନିଜେ ମାମଲାର ତଦନ୍ତ କରୁଥିଲେ। ତେବେ ୱାଙ୍ଖଡେଙ୍କ ଠାରୁ ଏବେ ମାମଲାର ତଦନ୍ତଭାର କାଢ଼ି ନିଆଯାଇଛି। ଯାହାକୁ ଦଣ୍ଡାତ୍ମକ ନଜରରେ ଦେଖା ଯାଉଛି। ଯାହାକୁ ନେଇ ୱାଙ୍ଖଡେ ଶନିବାର ଏକ ବିବୃତ୍ତି ମଧ୍ୟ ଦେଇଛନ୍ତି। ତାଙ୍କୁ ପଦରୁ କି ମାମଲାରୁ ହଟା ଯାଇନଥିବା ସଫେଇ ଦେଇଛନ୍ତି।

ତେବେ ଏ ନେଇ ଏନସିବି ମୁଖ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ବିବୃତ୍ତିରେ ଏନସିବି ମହାନିର୍ଦ୍ଦେଶକ ମୁଖ୍ୟାଳୟ ଅପରେସନ ବ୍ରାଞ୍ଚର ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରିଥିବା କହିଛନ୍ତି। ଯିଏ ଏନସିବି ମୁମ୍ବାଇ ଜୋନାଲ ୟନିଟର ଆର୍ୟନ ଖାନ ସମେତ ୬ଟି ମାମଲାର ତଦନ୍ତ କରିବେ। ଏହି ସବୁ ମାମଲାର ତାର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରକୁ ଲମ୍ବିଛି। ଏନସିବି ଅପରେସନ ବ୍ରାଞ୍ଚ ଏହି ସବୁ ମାମଲାର ଗହନ ଯାଞ୍ଚ କରିବା ସହ ନିଷ୍କର୍ଷ ବାହାର କରିବେ। ତେବେ ଏଥିଲାଗି ଜୋନାଲ ୟୁନିଟର କୌଣସି ଅଧିକାରୀଙ୍କୁ ସେମାନଙ୍କ ବର୍ତ୍ତମାନର ପଦପଦବୀରୁ ହଟା ଯାଇନାହିଁ। ତେବେ ସେମାନେ ଅପରେସନ ବ୍ରାଞ୍ଚକୁ ତଦନ୍ତରେ ସହଯୋଗ କରିବେ ବୋଲି କୁହାଯାଇଛି।

ଏହି ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)ର ନେତୃତ୍ୱ ୧୯୯୬ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ କୁମାର ସିଂହଙ୍କ ଉପରେ ନ୍ୟସ୍ତ କରାଯାଇଛି। ସଞ୍ଜୟ ସିଂହ ସିବିଆଇ ଓ ଏନସିବିରେ ଅବସ୍ଥାପିତ ଥିବା ବେଳେ ଏହିପରି ଅନେକ ହାଇପ୍ରୋଫାଇଲ ମାମଲାର ଯାଞ୍ଚ କରିଛନ୍ତି। ତେବେ ଡ୍ରଗ୍ସ ସମ୍ପର୍କିତ ଯାଞ୍ଚରେ ସଞ୍ଜୟ ସିଂହ ବେଶ୍ ଅଭିଜ୍ଞ। ସେ ଓଡିଶା ପୋଲିସରୁ ଡେପୁଟେସନରେ ଯିବା ପୂର୍ବରୁ କଟକ-ଭୁବନେଶ୍ୱର ଟ୍ୱିନ୍‌ ସିଟି ଡ୍ରଗ୍ସ ଟାସ୍କ ଫୋର୍ସର ନେତୃତ୍ୱ ନେଇଥିଲେ। ତାଙ୍କର ଦକ୍ଷତା ଓ ଅଭିଜ୍ଞତା କମିଶନରେଟ ପୋଲିସ ଅଞ୍ଚଳରୁ ନିଶା ତସ୍କରଙ୍କ ହାଲିଆ ଢିଲା କରିଦେଇଥିଲା। ପରେ ଓଡିଶା ସରକାର ତାଙ୍କୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜି) ପୋଲିସ ଆଧୁନିକରଣ ଦାୟିତ୍ୱ ନ୍ୟସ୍ତ କରିଥିବା ବେଳେ ସେ ଗତବର୍ଷ  ନଭେମ୍ବର ମାସରେ ଡିଡିଜି ଏନସିବି ଭାବେ ଯୋଗ ଦେଇଛନ୍ତି। 

ତେବେ ଓଡିଶାର ପୋଲିସରେ ଯୋଗଦେବା ପୂର୍ବରୁ ସଞ୍ଜୟ ସିଂହ ୨୦୦୮ରୁ ୨୦୧୫ ମସିହା ପର୍ଯ୍ୟନ୍ତ ସିବିଆଇରେ ଡିଆଇଜି ଅବସ୍ଥାପିତ ଥିଲେ। ସିବିଆଇରେ ଅବସ୍ଥାପିତ ଥିବା ବେଳେ ସଞ୍ଜୟ ସିଂହ କମନୱେଲଥ୍ କ୍ରିଡା ଅନିୟମିତତା ତଦନ୍ତ କରୁଥିବା ଟିମ୍‌ର ସୁପଭାଇଜର ବି ଥିଲେ। ତେବେ ଓଡିଶା ପୋଲିସରେ କର୍ତ୍ତବ୍ୟରତ ଥିବା ବେଳେ ଟ୍ୱିନ୍‌ ସିଟି ଡ୍ରଗ୍ସ ସ୍କ୍ୱାର୍ଡ ନେତୃତ୍ୱ ନେବା ପରେ ଏନସିବିରେ ତାଙ୍କର ଯୋଗଦାନ ଜରୁରି ହୋଇଯାଇଥିଲା। ୨୦୨୦ରେ ତାଙ୍କର ଏନସିବି ଜଏନିଂ କାଳରେ କେନ୍ଦ୍ର ଗୃହମନ୍ତ୍ରାଳୟ ଜାରି କରିଥିବା ପତ୍ରରେ ସେ ଜଣେ ବେଦାଗ ଅଧିକାରୀ ବୋଲି ଉଲ୍ଲେଖ କରିଥିଲେ। ତାଙ୍କ ବିରୋଧରେ କୌଣସି ଠାରେ କୌଣସି ଅଭିଯୋଗ ମଧ୍ୟ ଲମ୍ବିତ ନଥିବା ସୂଚିତ କରିଥିଲେ।

ସଞ୍ଜୟ ଭିଜିଲାନ୍ସ ଏଙ୍ଗଲରୁ ମଧ୍ୟ ସ୍ପଷ୍ଟ ଓ ସଫା ସୁତୁରା ଛବିର। ଏଣ୍ଟି କରପସନ ଡାଇରେକ୍ଟରେଟଙ୍କ ପକ୍ଷରୁ ମଧ୍ୟ ତାଙ୍କ ବିରୋଧରେ କୌଣସି ଅଭିଯୋଗ ରୁଜୁ ହୋଇନଥିବାର ସ୍ପଷ୍ଟିକରଣ ବି ଦିଆଯାଇଥିଲା। ଏଣୁ ବିବାଦୀୟ ମୁମ୍ବାଇ ଏନସିବି ଜୋନାଲ ଡାଇରେକ୍ଟରେଟ୍‌ଙ୍କ ଏହି ହାଇପ୍ରୋଫାଇଲ ମାମଲାଗୁଡିକର ତଦନ୍ତ ଲାଗି ସଞ୍ଜୟ ସିଂହଙ୍କ ବ୍ୟତୀତ ଅଧିକ ଯୋଗ୍ୟ ଅଧିକାରୀ ଅନ୍ୟ କେହି ହୋଇ ନପାରନ୍ତି। ଏଣୁ ଏନସିବି ମହାନିର୍ଦ୍ଦେଶକ ସଞ୍ଜୟ ସିଂହଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଅପରେସନ ବ୍ରାଞ୍ଚ ଗଠନ କରିଛନ୍ତି।   

   Related Posts