ଓଡିଆ ଆଇଏଫଏସ୍ ଅଫିସର ହେଲେ ତ୍ରିନିଦାଦ ଓ ଟୋବାଗୋର ଭାରତୀୟ ରାଜଦୂତ
5/06/2019 at 9:29 PM

ନୂଆଦିଲ୍ଲୀ ୫।୬: ଓଡିଆ ବିଦେଶ ସେବା(ଆଇଏଫଏସ୍) ଅଧିକାରୀ ଅଋଣ କୁମାର ସାହୁ ତ୍ରିନିଦାଦ ଓ ଟୋବାଗୋର ଭାରତୀୟ ରାଜଦୂତ ଅବସ୍ଥାପିତ ହୋଇଛନ୍ତି। ୧୯୯୬ ବ୍ୟାଚ୍ ର ଏହି ଓଡିଆ ଆଫଇଏସ ଅଫିସର ରାଜଦୂତ ଅବସ୍ଥାପିତ ହେବା ପୂର୍ବରୁ କାନାଡାରେ ଡେପୁଟୀ ହାଇକମିଶନର ଅବସ୍ଥାପିତ ଥିଲେ।

ସାହୁ ତାଙ୍କ ଚାକିରୀକାଳରେ ନୂଆଦିଲ୍ଲୀରେ ବିଦେଶମନ୍ତ୍ରାଳୟରେ ଯୁଗ୍ମ ସଚିବ, ଆଇସିସିଆରରେ ଉପମହାନିର୍ଦ୍ଦେଶକ, ବେଜିଂ ଭାରତୀୟ ଦୂତାବାସ ସମେତ ଲଣ୍ଡନ ଓ ତେହେରାନରେ ମଧ୍ୟ ଉଚ୍ଚପଦପଦବୀରେ ଅବସ୍ଥାପିତ ଥିଲେ। କିଙ୍ଗସ କଲେଜ ଲଣ୍ଡନରୁ’ୱାରଷ୍ଟଡିଜ୍ ରେ ’ ଏମଏ ଡିଗ୍ରି ହାସଲ କରିଥିବା ଏହି ପ୍ରଶାସନିକ ଅଧିକାରୀ ଓଡିଆ କଥାକାର ମଧ୍ୟ।କଟକ ରେଭେନ୍ସା କଲେଜର ଏହି ଆଲ୍ୟୁମିନି ଦିଲ୍ଲୀ ଜେଏନୟୁରୁ ଲିଙ୍ଗୁଷ୍ଟିକରେ ମାଷ୍ଟରଡିଗ୍ରି ହାସଲ କରିଛନ୍ତି।

ସାହୁଙ୍କର ଆଉ ଏକ ପରିଚୟ ହେଉଛି ସେ ଓଡିଆ ଲେଖକ ବନମାଳି ସାହୁଙ୍କ ପୁତ୍ର। ସାହୁ ତାଙ୍କ ନୂତନ ନିଯୁକ୍ତିକୁ ନେଇ ବେଶ ସନ୍ତୋଷ ପ୍ରକାଶ କରିଥିବା ବେଳେ ତାଙ୍କର ଅସ୍ମିତାର ପରିଚୟ ମାତୃଭୂମି ଓଡିଶା ବୋଲି କହିଛନ୍ତି। ଓଡିଶା ସହିତ ଦେଶକୁ ମଧ୍ୟ ପ୍ରାଣ ଭରି ଭଲପାଆନ୍ତି ବୋଲି କହିଛନ୍ତି ସାହୁ।