ବିଭାସ ଏବଂ ରିୟାନାଙ୍କ ରୋମାନ୍ସର ପୋଲ ଖୋଲିବ ଆସନ୍ତା କାଲି: ରିଲିଜ ହେବ ‘ଏ ଦିଲ୍ ତତେ ଦେଲି’

Published By : Prameya-News7 Bureau | January 03, 2019 IST

ଭୁବନେଶ୍ବର ୩/୧: ମୁମ୍ବାଇର ‘ଷ୍ଟେପ୍ ବାଇ ଷ୍ଟେପ୍ ଫିଲ୍ମସ୍’ର ପ୍ରଥମ ଓଡ଼ିଆ ଫିଲ୍ମ ‘ଏ ଦିଲ୍ ତତେ ଦେଲି’ ଆସନ୍ତାକାଲି ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମର ଅଡିଓ ରିଲିଜ କଟକ ବାଲିଯାତ୍ରାର ସାଂସ୍କୃତିକ ମଞ୍ଚରେ ଲୋକାର୍ପଣ ହୋଇଥିଲା।

ଏହି ଫିଲ୍ମର ପ୍ରଯୋଜକ ଅଖିଳେଶ ବର୍ମା ହୋଇଥିବାବେଳେ ନିଲୁବକ୍ସ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମର ଗୀତି ରଚନା ମାନସ ସାହୁ କରିଛନ୍ତି, ସଙ୍ଗୀତ ନିର୍ଦ୍ଦେଶନା ମହମ୍ମଦ ମୁସିର ଦେଇଥିବାବେଳେ କ୍ରିଏଟିଭ ହେଡ ଅଛନ୍ତି ପ୍ରଣୟ ଜେଠୀ।

wp:gallery {"ids":[69983]} /wp:gallery

ପ୍ରେମ ଓ ବିଚ୍ଛେଦର ସହ ଏକ ରୋମାଞ୍ଚକ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ରର କାହାଣୀ । ‘ଆରେ ପ୍ରିୟା ଆମେ କରିବା ପ୍ୟାର ତୋର ସାଥେ ଜମିଯିବ ଖାସ୍‌ ଆଫାୟାର, ପକାଇବା ଲଭ୍‌ ଟସ୍‌ କରିବାନି ଟାଇମ୍‌ ଲସ୍‌, ମନ କରିନେବା ସେୟାର୍‌, ଓ ଜାନୁ ଜାନୁରେ ବାବା ଜାନୁ ଜାନୁ’ ଚଳଚ୍ଚିତ୍ରରେ ଥିବା ଏଇ ଟାଇଟଲ୍‌ ସଙ୍ଗ୍‌ ଯୁବଦର୍ଶକଙ୍କୁ ବେଶ୍‌ କ୍ରେଜି କରିବ। ଏଇ ରୋମାଣ୍ଟିକ୍‌ ଗୀତ ସହ ଏଥିରେ ମୋଟ ୬ଟି ଗୀତ ରହିଛି । କ୍ରିଏଟିଭ୍‌ ହେଡ୍‌ ପ୍ରଣୟ ଜେଠୀ କହିଛନ୍ତି ଚଳଚ୍ଚିତ୍ର ‘ଏ ଦିଲ୍‌ ତତେ ଦେଇଛି’ ଗୋଟେ ଜବରଦସ୍ତ ମ୍ୟୁଜିକାଲ ଲଭ ଷ୍ଟୋରି ।

wp:gallery {"ids":[69985]} /wp:gallery

ଏହି ଫିଲ୍ମରେ ମୁଖ୍ୟ ନାୟକ ହେଲେ ବିଭାସ ଏବଂ ନାୟିକା ହେଲେ ରିୟାନା। ଏହି ଫିଲ୍ମଟି ଆସନ୍ତା ୧୪ତାରିଖ ମୁକ୍ତିଲାଭ କରିବାକୁ ଥିବାବେଳେ ଏହାର ରିଲିଜ ଡେଟ୍ ପରିବର୍ତ୍ତନ କରି ଆସନ୍ତାକାଲି ରଖାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.