ମୁମ୍ବାଇରେ ଓଡିଆ ଯୁବ ଇଂଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ : ଘରେ ମୋବାଇଲ ଓ ମନିପର୍ସ ରହିଥିଲା ଆଉ ଶବ ମିଳିଲା ଅନ୍ଧେରୀ ରେଳଲାଇନ କଡରୁ…

Published By : Prameya-News7 Bureau | August 26, 2019 IST

ମୁମ୍ବାଇ ୨୬/୮: ମୁମ୍ବାଇରେ ଯୁବ ଇଂଜିନିୟରଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ଗୁରୁବାରଠାରୁ ତାଙ୍କର ଅନ୍ଧେରିସ୍ଥିତ ଭଡା ଘରୁ ନିଖୋଜ ଥିଲେ। ବାଲେଶ୍ବର ଜିଲା ଖଇରା ବ୍ଲକ ବର୍ତ୍ତନା ଗ୍ରାମର ଇଂ ଦେବାଶିଷ ମହାପାତ୍ର ମେଟ୍ରୋ ଇନାମ ଇଣ୍ଟରନେସନାଲ ଲିମିଟେଡରେ କାମ କରୁଥିଲେ।

{"id":149081}

କମ୍ପାନୀରେ କାର୍ଯ୍ୟ କରୁଥିବା ସହଯୋଗୀ କର୍ମଚାରୀ ଅନ୍ଧେରି ଏମଏଫଡିସି ଥାନାରେ ଅଭିଯୋଗ କରଛନ୍ତି। ମୃତ ଦେବାଶିଷଙ୍କ ବାପା ପ୍ରଭାତ ମହାପାତ୍ର ଶନିବାର ମୁମ୍ବାଇରେ ପହଞ୍ଚି ଶବ ଗାଁକୁ ଆଣିଛନ୍ତି । ମୃତ ଦେବାଶିଷଙ୍କ ମୋବାଇଲ ଓ ମନିପର୍ସ ଭଡାଘରେ ରହିଥିବାବେଳେ ଦେବାଶିଷର ଶବ ଅନ୍ଧେରୀ ରେଳ ଷ୍ଟେସନଠାରୁ ଦୁଇ କିଲୋମିଟର ଦୂର ରେଳ ଲାଇନ କଡରୁ ମିଳିଥିଲା । ଏହାକୁ ନେଇ ନେଇ ବାପା ପ୍ରଭାତ ପ୍ରଶ୍ନ ଉଠାଇଛନ୍ତି।

{"id":149082}

ଦେବାଶିଷ ମୋବାଇଲରୁ ହ୍ବାଟସଆପ୍ ଏବଂ ଫେସବୁକ୍ ଉଡାଇ ଦିଆଯାଇଛି। ମୁମ୍ବାଇରେ କମ୍ପାନୀର କାର୍ଯ୍ୟ ସରିଥିବାରୁ ଦେବାଶିଷ ପଦୋନ୍ନତି ପାଇ ଚେନ୍ନାଇ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ଏହି ଅଘଟଣ ଘଟିଛି। ଦେବାଶିଷଙ୍କ ଶବ ନେଇ ତାଙ୍କ ବାପା ଘରେ ପହଞ୍ଚିଛନ୍ତି। ତାଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ତଦନ୍ତ କରିବାକୁ ବାପା ପ୍ରଭାତ ମହାପାତ୍ର ଦାବି କରିଛନ୍ତି।

{"id":149083}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.