ଚେନ୍ନାଇ ଆପୋଲୋ ହସ୍ପିଟାଲରେ କାର୍ଯ୍ୟରତ ଅଭିଜ୍ଞ ଓ ସୁନାମଧନ୍ୟ ଓଡ଼ିଆ ଡାକ୍ତର ସୁଦୀପ୍ତ କୁମାର ସ୍ବାଇଁ ପାକସ୍ଥଳୀର ରୋବୋଟିକ୍ସ ଚିକିତ୍ସା ପାଇଁ ଦେଶ ବିଦେଶରେ ସାଉଁଚୁଛନ୍ତି ଆଦର...

Published By : Prameya-News7 Bureau | August 21, 2019 IST

ବାଙ୍ଗାଳୁରୁ୨୧|୮: ଆଜିକାଲି ମେଡିକାଲ ସାଇନ୍‌ସ୍‌ ବହୁତ ଉନ୍ନତି କଲାଣି । ବିଭିନ୍ନ ରୋଗର ଟ୍ରିଟ୍‌ମେଣ୍ଟ, ଅପରେସନ ଆଦିକୁ ଅତ୍ୟାଧୁନିକ ଜ୍ଞାନକୌଣଳ ମାଧ୍ୟମରେ ଅତି ସଫଳତାର ସହ କରାଯାଇପାରୁଛି । ଆଜି ଆମେ ଭେଟିବା ଏମିତି ଜଣେ ଅଭିଜ୍ଞ ଓ ସୁନାମଧନ୍ୟ ଓଡ଼ିଆ ଡାକ୍ତରଙ୍କୁ ଯିଏ ରୋବୋଟିକ୍‌ ସର୍ଜନ ଭାବେ ସୃଷ୍ଟି କରିପାରିଛନ୍ତି ସ୍ବତନ୍ତ୍ର ପରିଚୟ ।….

{"id":147165}

ଚେନ୍ନାଇ ଆପୋଲୋ ହସ୍ପିଟାଲରେ କାର୍ଯ୍ୟରତ ଏହି ଓଡ଼ିଆ ଡାକ୍ତର ଜଣକ ହେଲେ ଡାକ୍ତର ସୁଦୀପ୍ତ କୁମାର ସ୍ବାଇଁ । ପାକସ୍ଥଳୀ ଶଲ୍ୟ ବିଶେଷଜ୍ଞ ଭାବେ ବେଶ୍‌ ଜଣାଶୁଣା ନାଁ । ଜଣେ ରୋବୋଟିକ୍‌ ସର୍ଜନ ଭାବେ ଦେଶ ବିଦେଶରେ ଖୁବ୍‌ ଆଦର ସାଉଣ୍ଟିଥିବା ଏହି ଓଡ଼ିଆ ଡାକ୍ତରଙ୍କୁ ଭେଟିଥିଲା ଆମ ନ୍ୟୁଜ୍‌ ସେଭେନ୍‌ଟିମ୍‌ । କଟକଜିଲ୍ଲା ନିଆଳି ଗାଁରୁ – ଚେନ୍ନାଇ ଆପୋଲୋ ହସ୍ପିଟାଲ ପର୍ଯ୍ୟନ୍ତ ସଫଳତାର ଲମ୍ବା ଯାତ୍ରା  ତାଙ୍କର ।

{"id":147166}

ଚିକିତ୍ସା କ୍ଷେତ୍ରରେ ସବୁ ବେଳେ କିଛି ନୂଆ କରିବାର ନିଶା ତାଙ୍କୁ ଆଜି ଜଣେ ସଫଳ ରୋବୋଟିକ୍‌ ସର୍ଜନ ଭାବେ ପରିଚିତି ଦେଇଛି ।

{"id":147167}

ପ୍ରତିବର୍ଷ ପାଖାପାଖି ୨ଶହ ଅପେରସନ କରୁଥିବା ଏହି ରୋବୋଟିକ୍‌ ସର୍ଜନ ଭାରତ ତଥା ଭାରତ ବାହାରେ ମଧ୍ୟ ଖୁବ୍‌ ନାଁ କରିଛନ୍ତି । ତାଙ୍କର ଏବଂ ତାଙ୍କ ଟିମ୍‌ର ସଫଳ ଉଦ୍ୟମ ପାଇଁ ଆଜି ପାକସ୍ଥଳୀ ରୋଗ ଚିକିତ୍ସା ଏବଂ ରୋବୋଟିକ୍‌ ସର୍ଜରୀ ପାଇଁ  ଚେନ୍ନାଇର ମୁଖ୍ୟ ଆପୋଲୋ ହସ୍ପିଟାଲ ହୋଇପାରିଛି ଭାରତର ଏକ ନମ୍ବର ହସ୍ପିଟାଲ । ଚେନ୍ନାଇରେ ପୂରା ପରିବାର ସହ ରହୁଥିବା ଡାକ୍ତର ସୁଦୀପ୍ତ କୁମାର ସ୍ବାଇଁଙ୍କ ପତ୍ନୀ  ଡାକ୍ତର ସୁନୀତା ସାମଲମଧ୍ୟ ଜଣେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ । ସେ ଏବେ ଚେନ୍ନାଇର SRM ମେଡିକାଲ କଲେଜରେ ବିଭାଗୀୟ ମୁଖ୍ୟଭାବେ କାର୍ଯ୍ୟ କରୁଛନ୍ତି ।

{"id":147168}

ଅତ୍ୟାଧୁନିକ ଜ୍ଞାନ କୌଶଳ ଦ୍ବାରା ସଫଳ ଚିକିତ୍ସାସେବା ଯୋଗାଇଦେଉଥିବା ଆପୋଲୋ ହସ୍ପିଟାଲ ମଧ୍ୟ ଏସିଆ ମହାଦେଶରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କ୍ରାନ୍ତି ଆଣିଛି । ୧୩ଟି ଦେଶରେ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଥିବା ବେଳେ ଭାରତକୁ ମିଶାଇ ମୋଟ ୭୦ଟି ସ୍ଥାନରେ ଆପୋଲୋ ଗ୍ରୁପ୍‌ର ହସ୍ପିଟାଲ ରହିଛି ।

{"id":147169}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.