ଇଣ୍ଡିଆ ଗେଟ୍‌ ନିକଟରେ ଓଡ଼ିଆ ଯୁବକଙ୍କ ଆତ୍ମଦାହ ଉଦ୍ୟମ

Published By : Prameya-News7 Bureau | December 19, 2019 IST

ନୂଆଦିଲ୍ଲୀ,୧୮/୧୨: ଓଡ଼ିଶାର ଜଣେ ୨୫ ବର୍ଷୀୟ ଯୁବକ ଦିଲ୍ଲୀ ଇଣ୍ଡିଆ ଗେଟ୍‌ ନିକଟରେ ବୁଧବାର ଆତ୍ମଦାହ ଉଦ୍ୟମ କରିଛନ୍ତି । ତାଙ୍କ ନାମ କାର୍ତ୍ତିକ ମେହେର ବୋଲି ପୁଲିସ କହିଛି । ସନ୍ଧ୍ୟା ୬ଟା ୩୦ ବେଳେ ରାଜପଥରେ ଏହି ଘଟଣା ଘଟିଛି । ଯୁବକଙ୍କ ଶରୀରର ୯୦ ପ୍ରତିଶତ ଅଂଶ ପୋଡିଯାଇଛି । ତାଙ୍କୁ ପୁଲିସ ଉଦ୍ଧାର କରି ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରିଛି । ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି ।

ତେବେ ସେ କେଉଁ କାରଣରୁ ଏଭଳି ପଦକ୍ଷେପ ନେଲେ ତାହା ଜଣାପଡିନାହିଁ । ସେ ମାନସିକ ଭାବେ ଅସୁସ୍ଥ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଇଣ୍ଡିଆ ଗେଟ ନିକଟରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିକ୍ଷୋଭ ଶୋଭାଯାତ୍ରା କରାଯାଉଥିଲା ବେଳେ ଏଭଳି ଘଟଣା ଘଟିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

କିନ୍ତୁ ବିକ୍ଷୋଭ ସହ ଏହି ଘଟଣାର କୌଣସି ସମ୍ପର୍କ ନଥିବା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ଅନ୍ୟପକ୍ଷରେ ସେଠାରେ ଉପସ୍ଥିତ କିଛି ଲୋକଙ୍କ କହିବାନୁଯାୟୀ ସମ୍ପୃକ୍ତ ଯୁବକ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଏଭଳି ପଦକ୍ଷେପ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.