ହନିଟ୍ରାପରେ ଓଡିଆ ଜବାନ ! ପାକିସ୍ତାନକୁ ଦେଉଥିଲା ଗୁପ୍ତ ତଥ୍ୟ, ସ୍ପେସାଲ ଟାସ୍କ ଫୋର୍ସ ଦ୍ୱାରା ଗିରଫ

Published By : Prameya-News7 Bureau | November 06, 2019 IST

ଜୟପୁର : ପାକିସ୍ତାନ ପରିଚାଳିତ ଇସ୍ଲାମିକ ଷ୍ଟେଟ(ଆଇଏସ) ଆତଙ୍କବାଦ ସଙ୍ଗଠନର ମହିଳା ଗୁପ୍ତଚରଙ୍କ ଜାଲରେ ଭାରତୀୟ ଜବାନ। ମହିଳାଙ୍କ ମୋହଫାସରେ ୨ ଭାରତୀୟ ଜବାନ ଫସି ଦେଶର ଗୁରୁତ୍ୱପୂର୍ଣ୍ଣ ସାମରିକ ସୂଚନା ଆଦାନପ୍ରଦାନ କରିଥିବା ଜଣାପଡିଛି। ଗିରଫ ୨ ଜବାନଙ୍କ ମଧ୍ୟରୁ ଜଣେ ମଧ୍ୟପ୍ରଦେଶର ରବି ବର୍ମା ହୋଇଥିବା ବେଳେ ଅନ୍ୟ ଜଣକ ଓଡିଶାର ବିଚିତ୍ର ବେହେରା ବୋଲି ଜଣାପଡିଛି। ଉଭୟଙ୍କୁ ପୋଲିସ ଗିରଫ କରିଛି। ବିଚିତ୍ର ରାଜସ୍ଥାନର ପୋଖରନରେ ମୁତୟନ ଥିଲା।

ଗୁଇନ୍ଦା ବିଭାଗରୁ ମିଳିଥିବା ସୂଚନା ଅନୁସାରେ ବିଚିତ୍ର ପାକିସ୍ତାନ ଆଇଏସର ମହିଳାଙ୍କ ମୋହଫାସରେ ପଡି ଗୁରୁତ୍ୱପୂର୍ଣ୍ଣ ସାମରିକ ସୂଚନା ପ୍ରଦାନ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବିଚିତ୍ର ଦେଉଥିବା ସୂଚନା ସତ୍ୟ ହେବା ଆଧାରରେ ତାକୁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ବି ମିଳୁଥିଲା। ତେବେ ସାମରିକ ସୂଚନା ଲିକ୍ ହେବା ଘଟଣାର ତଦନ୍ତ ବେଳେ ବିଚିତ୍ରର ଚାଲିଚଳନ ଉପରେ ସନ୍ଦେହ ହେବାରୁ ତଦନ୍ତ ବେଳେ ସୋସାଲ ମିଡିଆରେ ବିଚିତ୍ର ପାକିସ୍ତାନୀ ଏଜେଣ୍ଟ ସହ ସମ୍ପର୍କରେ ଥିବା ଜଣାପଡିଛି।

ବିଚିତ୍ର ଗତ ୨ ବର୍ଷ ହେଲା ପାକିସ୍ତାନୀ ଏଜେଣ୍ଟ ସହ ସମ୍ପର୍କରେ ଥିବା ଜଣାପଡିଛି। ପ୍ରଥମେ ଫେସବୁକ୍ ରେ ବନ୍ଧୁତ୍ୱ ଓ ପରେ ସେମାନେ ହ୍ୱାଟସ ଆପରେ ଭିଡିଓ କଲିଂ ମାଧ୍ୟମରେ ଅନ୍ତରଙ୍ଗ ଆଳାପ କରୁଥଲେ। ତେବେ ପାକିସ୍ତାନୀ ମହିଳା ଅନ୍ତରଙ୍ଗ ଆଳାପ ମାଧ୍ୟମରେ ସୈନ୍ୟ ସୂଚନା ହାସଲ କରିନେଉଥିଲା ଓ ସୂଚନା ପ୍ରମାଣିତ ହେଲେ ବିଚିତ୍ରର ଦାବି ମୁତାବକ ଅର୍ଥ ତା ଆକାଉଣ୍ଟରେ ଟ୍ରାନ୍ସଫର କରିଦେଉଥିଲା। ବିଚିତ୍ର ବିରୋଧରେ ସରକାରୀ ଗୋପନୀୟତା ଅଧିନିୟମ ଧାରାରେ ଜୟପୁର ସ୍ୱତନ୍ତ୍ର ଥାନା ମୋକଦ୍ଦମା ରୁଜୁ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.