ଅଭିନେତ୍ରୀ ନିକିତାଙ୍କ ସନ୍ଦେହ ଜନକ ମୃତ୍ୟୁ: ୫ ମାସର ପୁଅ ହୋଇଗଲା ମା ଛେଉଣ୍ଡ

Published By : Prameya-News7 Bureau | January 05, 2019 IST

କଟକ୫|୧: କିଛି ଦନ ତଳେ ଓଡିଆ  ଆଲବମ୍ ନାୟିକା ସିମରନଙ୍କ ମୃତ୍ୟୁ ଲୋକଙ୍କୁ ମନରୁ ନ ଲିଭୁଣୁ ଆଜି ଆଉ ଜଣେ ଚର୍ଚ୍ଚିତ ନାୟିକାଙ୍କ ମୃତ୍ୟୁ  । ଓଡିଆ ଅଭିନେତ୍ରୀ ନିକିତାଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା । ଘରେ ଛାତ ଉପରୁ ପଡି ଯିବାରୁ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁରେ ସାରା ଓଲିଉଡ୍‌ ସ୍ତବ୍ଧ ହୋଇଯାଇଛି

wp:gallery {"ids":[70717]} /wp:gallery

ପୁଣି ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ । ଟିଭି ଓ ଧାରାବାହିକର ଜଣାଶୁଣା ଅଭିନେତ୍ରୀ ନିକିତାଙ୍କର ସଂଦେହ ଜନକ ମୃତ୍ୟୁ ହୋଇଛି । କଟକ ସ୍ଥିତ ଘର ଛାତରୁ ପଡିଯିବା ପରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଏକ ଘରୋଇ ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତା ବାହାଘର ପରେ ସ୍ବାମୀ ଲିପନ୍‌ଙ୍କ ସହ ମହାନଦୀ ବିହାର ସ୍ଥିତ ବାପଘରେ ଆସି ରହୁଥିଲେ । ସ୍ବାମୀ ଲିପନ ବି ଜଣେ ଅଭିନେତା । କାଲି ସକାଳ ୧୦ଟା ପାଖାପାଖି ଦୁଇ ମହଲା ଛାତରେ ଲୁଗା ଶୁଖାଇବାକୁ ଗଲାବେଳେ ସେଠାରେ ତାଙ୍କର ଗୋଡ ଖସିଯାଇଥିଲା ।  ତାଙ୍କ ମୃତ୍ୟୁ ଓଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି ।

wp:gallery {"ids":[70718]} /wp:gallery

ଆଲବମ୍‌, ଓଡ଼ିଆ ଧାରାବାହିକ, ସିନେମା ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଭାବେ ପରିଚିତ ଥିଲେ ନିକିତା ।ତରଙ୍ଗ ଚ୍ୟାନେଲ୍‌ରେ ଏସିପି ନିକିତା ଭଳି ଧାରାବାହିକ ଓ ଆଖି ଖୋଲିବାକୁ ଡର ଲାଗୁଛି, ଚୋରି ଚୋରି ମନ ଚୋରି, ମାଆର ପଣତକାନି ଭଳି ସିନେମାରେ ସେ ବଳିଷ୍ଠ ଅଭିନୟ କରି ଲୋକପ୍ରିୟ ହୋଇଥିଲେ। ନିକିତାଙ୍କ ମୃତ୍ୟୁ ନେଇ ଏଯାଏଁ ପରିବାର ଲୋକେ କି ଶାଶୁ ଘର ଲୋକେ କହି ମୁହଁ ଖୋଲି ନାହାନ୍ତି । ନିକିତାଙ୍କର ଏକ ୫ ମାସର ପୁଅ ଅଛି

wp:gallery {"ids":[70719]} /wp:gallery

ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ନିକିତାଙ୍କ ମୃତଦେହ ପଞ୍ଚନାମା କରାଯାଇଛି । ଗତ ୨ ଦିନ ତଳେ ସମ୍ବଲପୁରର ଜଣେ ଆଲବମ୍‌ ଅଭିନେତ୍ରୀଙ୍କ ସଂଦେହ ଜନକ ମୃତ୍ୟୁ ହୋଇଥିବା ବେଳେ ପୁଣି ଜଣେ ଜଣାଶୁଣା ଅଭିନେତ୍ରୀଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସେମାନଙ୍କର ପ୍ରଶଂସକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.