Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ହକି ପାଇଁ ଭୁବନେଶ୍ବର କାନ୍ଥରେ ଓଡ଼ିଶୀ ମୁଦ୍ରା : ରାଜ୍ୟ ସରକାରଙ୍କ ଏଭଳି ଉଦ୍ୟମକୁ ପ୍ରଂଶସା କରିଛନ୍ତି ଓଡ଼ିଶୀ ନୃତ୍ୟ ଶିଳ୍ପୀ ପଦ୍ନଶ୍ରୀ ଅରୁଣା ମହାନ୍ତି

24/11/2018 at 7:31 PM

ହକି ପାଇଁ ସାରା ଭୁବନେଶ୍ବରକୁ ରାଣୀ ଭଳି ସଜା ଯାଉଛି । ଯେଉଁ ସବୁ କାର୍ଯ୍ୟ ହାତକୁ ନିଆଯାଇଛି ସେଥିମଧ୍ୟରୁ ୱ।ଲ ପେଣ୍ଟି ହେଉଛି ଅନ୍ୟତମ । ସେଥିପାଇଁ ମୁଖ୍ୟ ରାସ୍ତା କଡ଼ର ଥିବା ଅଧିକାଂଶ ୱ।ଲରେ ଚାଲିଛି ପେଣ୍ଟିଙ୍ଗ । ଅନେକ ସରିଥିବା ବେଳେ ଆଉ କିଛି ବାକି ଅଛି । ଆଜି ଦେଖିବା ରାଜଭବନରୁ ଏଜି ଛକ ଯାଏ ଯାଇଥିବା ମୁଖ୍ୟ ରାସ୍ତାରେ କିଭଳି ଓଡ଼ିଶୀ ନୃତ୍ୟର ବିଭିନ୍ନ ମୁଦ୍ରାକୁ କାନ୍ଥରେ ଚିତ୍ରିତ କରାଯାଇଛି । ଯେଉଁ ଦେଶୀ, ବିଦେଶୀ ପର୍ଯ୍ୟଟକ ଓ ଦର୍ଶକ ମାନେ ହକି ମ୍ୟାଚ୍ ଦେଖିବା ଲାଗି ଆସିବେ ସେମାନଙ୍କୁ ଓଡ଼ିଶୀ ନୃତ୍ୟ ବିଷୟରେ ପରିଚିତ କରିବା ଲାଗି ରାଜ୍ୟ ସରକାର ଏହି ଉଦ୍ୟମ କରିଛନ୍ତି ।

ସାରା ବିଶ୍ବ ଓଡ଼ିଶୀ ନୃତ୍ୟ ବିଷୟରେ ଜାଣେ । ଏହାକୁ ଆହୁରି ପ୍ରଚାର ପ୍ରସାର କରିବା ଲାଗି ରାଜ୍ୟ ସରକାର ଆଉ ପାଦେ ଆଗକୁ ଯାଇଛନ୍ତି ।  ରାଜଭବନ ରୁ ଏଜି ଛକ  ରାସ୍ତା କଡ଼ରେ ଥିବା ୱ।ଲରେ ଓଡ଼ିଶୀ ନୃତ୍ୟକୁ ଚିତ୍ର ମାଧ୍ୟମରେ ଦେଖାଇଛନ୍ତି ।  ଏଜି ଛକରୁ ଆସିଲା ବେଳକୁ ବାମ ପଟକୁ ଚାହିଁଲେ ଆପଣ ଦେଖିପାରିବେ ଓଡ଼ିଶୀ ନୃତ୍ୟର ଭିନ୍ନ ଭିନ୍ନ ମୁଦ୍ରା ।  ମନ୍ତ୍ରୀ ଙ୍କ ବାସଭବନ ସାମ୍ନାରେ ଥିବା ୱ।ଲରେ ଏହି ସବୁ ମୁଦ୍ରାକୁ ଚିତ୍ରିତ କରାଯାଇଛି । ଏହି ସବୁ ଚିତ୍ରକୁ ତିଆରି କରିଛନ୍ତି ଜାତୀୟ ଓ ଆନ୍ତର୍ଜ।ତିକ ସ୍ତରର ଚିତ୍ରକର ମାନେ । ତେବେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ପଦ୍ନଶ୍ରୀ ଅରୁଣା ମହାନ୍ତି ରାଜ୍ୟ ସରକାରଙ୍କ ଏଭଳି ଉଦ୍ୟମକୁ ପ୍ରଂଶସା କରିଛନ୍ତି । କହିଛନ୍ତି କାନ୍ଥରେ ଓଡ଼ିଶୀର ମୁଦ୍ରାକୁ ସ୍ଥାନ ଦେବା ବଡ଼ କଥା । ଏହାଦ୍ବାରା ରାଜ୍ୟର ନୂତନ ପିଢୀ ଓଡ଼ିଶୀ ଶିଖିବାକୁ ଆଗ୍ରହୀ ହେବେ ।

ଅଞ୍ଜଳୀ,କପେ।ତା,କର୍କଟ,ସ୍ବସ୍ତିକ,ଦେ।ଳ,ପୁଷ୍ପପୁତ, ଚକ୍ର ଭଳି୨୩ ଯେ।ଡ଼ହସ୍ତ ମୁଦ୍ରା ଅଛି । ଦୁଇଟି ହାତକୁ ଯେ।ଡ଼ି ଓଡ଼ିଶୀ ନୃତ୍ୟ ବେଳେ ନୃତ୍ୟ ଶିଳ୍ପୀ ବିଭିନ୍ନ ମୁଦ୍ରା ପ୍ରଦର୍ଶନ କରିଥାନ୍ତି ।  ଗେ।ଟିଏ ହାତରେ ତ୍ରିପାଟକ,ମୟୁର,ମୁଷ୍ଟି ଭଳି ୨୮ ପ୍ରକାର ମୁଦ୍ରା ସ୍ଥାନ ପାଇଛି । ସେହିପରି ମୁଖ, ପାଦ ବି ଚିତ୍ର ରହିଛି । ଏହାଛଡ଼ା ବସ୍ତ୍ର, ଫୁଲ,ଘୁଙ୍ଗୁର ଭଳି ବ୍ୟବହାର ହେଉଥିବା ଅଳଙ୍କାରକୁ ବି ସ୍ଥାନିତ କରାଯାଇଛି ଚିତ୍ର ମାଧ୍ୟମରେ । ଏହିସବୁ ଚିତ୍ର କରିବା ପାଇଁ ଚିତ୍ରକରଙ୍କୁ ୧୫ ଦିନ ସମୟ ଲାଗିଥିଲା । ତେବେ ବର୍ତମାନ କଳିଙ୍ଗ ଷ୍ଟାଡ଼ିୟମ ଭିତରେ ଓଡ଼ିଶୀ ନୃତ୍ୟ ଅଭ୍ୟାସ ଚାଲିଛି । ୨୭ ତାରିଖ ଦିନ ହେବାକୁ ଥିବା ଉଦଘାଟନ ଉତ୍ସବ​ରେ ଏହି ନୃତ୍ୟ ଶୀଳ୍ପୀମାନେ ପରିବେଶଷ କରିବେ ।

   Related Posts