Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||

ହିନ୍ଦୀ ଫିଲ୍ମରେ ଓଡିଆ ଛାପ, ‘ତ୍ରିଭଙ୍ଗ’ରେ ଦେଖିବାକୁ ମିଳିବ ଓଡିଶୀ ନୃତ୍ୟ

4/01/2021 at 8:15 PM

ଭୁବନେଶ୍ୱର, ୦୪/୦୧ :  ହିନ୍ଦୀ ଫିଲ୍ମ ତ୍ରିଭଙ୍ଗରେ ଦେଖିବାକୁ ମିଳିବ ଓଡ଼ିଶୀ ଡ୍ୟାନ୍‌ସ।  କାଜୋଲଙ୍କ ଅଭିନୀତ ଏହି ଫିଲ୍ମରେ ତିନି ମହିଳାଙ୍କ ତ୍ରିଭଙ୍ଗୀ ଠାଣି ରହିଛି। ଫିଲ୍ମରେ ରହିଛି ଅନେକ କିଛି ରହସ୍ୟ ଓ ରୋମାଞ୍ଚ। ତେବେ କାଜୋଲଙ୍କ କମ୍‌ ବ୍ୟାକ ଦର୍ଶକଙ୍କୁ ବେଶୀ ଉତ୍ସାହିତ କରିଛି।

ତ୍ରିଭଙ୍ଗ। ଓଡ଼ିଶୀ ନାଚର ଏହି ତିନି ଭଙ୍ଗୀ ଠାଣିରେ ରହିଛି ନାରୀ ଜୀବନର ତିନି ଅବସ୍ଥା। ଏହି ତ୍ରିଭଙ୍ଗ ଓଡ଼ିଶୀକୁ ନେଇ ଆସୁଛି ହିନ୍ଦି ଫିଲ୍ମ ତ୍ରିଭଙ୍ଗ। ଯେଉଁଥିରେ କାଜୋଲଙ୍କୁ ଓଡ଼ିଶୀ ନୃତ୍ୟଶିଳ୍ପୀ ଭୂମିକାରେ ଦେଖିବାକୁ ମିଳିବ। ତେବେ ଏହି ଫିଲ୍ମର କାହାଣୀ ଗୋଟିଏ ପରିବାରର ତିନି ନାରୀଙ୍କ ମଧୁର ଓ ଜଟିଳ ସଂପର୍କକୁ ନେଇ ଗଢ଼ି ଉଠିଛି । କାଜଲ ଏଥିରେ ଅନୁ ଭୂମିକାରେ ଆସୁଥିବା ବେଳେ ତାଙ୍କ ମା ଭୂମିକାରେ ଆସୁଛନ୍ତି ତନ୍ବି ଆଜମି। ଯିଏକ ଏକ ଦୁର୍ଘଟଣାରେ କୋମାକୁ ଚାଲିଯାଇଛନ୍ତି।

ସେପଟେ ମାସା ବା କାଜୋଲଙ୍କ ଝିଅ ଭୂମିକାରେ ଆସିଛନ୍ତି ମିଥିଲା ପାଲକର। ଫିଲ୍ମରେ କୁନାଲ ରୟ କପୁର କନୱଲଜିତ ସିଂହ ମଧ୍ୟ ନଜର ଆସିବେ। ପୂର୍ବରୁ ତେଲୁଗୁ ଫିଲ୍ମ ସ୍ବର୍ଣ୍ଣ କମଳମ ଏବଂ ହିନ୍ଦି ଫିଲ୍ମ ପାୟଲ କି ଝନକାର ରେ ମଧ୍ୟ ଓଡ଼ିଶୀ ନୃତ୍ୟୁ ଦେଖିବାକୁ ମିଳିଥିଲା। ଏବେ ଓଡ଼ିଶୀ କଷ୍ଟ୍ୟୁମରେ ଆସୁଛନ୍ତି ପ୍ରସିଦ୍ଧ ଅଭିନେତ୍ରୀ କାଜୋଲ। ଯେଉଁଥିରେ ସେ ନଜ ମନର ଭାବକୁ ଓଡ଼ିଶୀ ସହିତ ଯୋଡ଼ିଛନ୍ତି।   ରେଣୁକା ସାହାନେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସହ ପ୍ରଯୋଜନା କରିଛନ୍ତି ଅଜୟ ଦେବଗନ। ନେଟଫ୍ଲିକ୍ସରେ ଏହି  ଫିଲ୍ମ ଜାନୁଆରି ୧୫ରେ ରିଲିଜ ହେବ।

   Related Posts