Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ସର୍ବଭାରତୀୟ NDA ପରୀକ୍ଷାରେ ଟପ୍ପର ହେଲେ ଓଡ଼ିଆ ପୁଅ

10/03/2021 at 6:24 PM

ଭୁବନେଶ୍ୱର, ୧୦/୦୩: ଦିନକୁ ଦିନ ସାରା ଭିରତରେ ଓଡ଼ିଶାର ଖ୍ୟାତି ବଢ଼ିବାରେ ଲାଗିଛି । ସର୍ବଭାରତୀୟ ସ୍ତରରେ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ରୋନିତ୍ ରଞ୍ଜନ ନାୟକ । ସର୍ବ ଭାରତୀୟ ଏନଡିଏ (ନ୍ୟାସନାଲ ଡିଫେନ୍ସ ଏକାଡେମୀ) ପରୀକ୍ଷାରେ ସେ ଟପର୍ ହୋଇଛନ୍ତି । ସମସ୍ତଙ୍କୁ ପଛରେ ପକାଇ ଓଡ଼ିଆ ପୁଅ ନମ୍ବର ୱାନ୍ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ବଚ୍ଛଦା ଗ୍ରାମରେ ରୋନିତଙ୍କ ଘର । ରୋନିତଙ୍କ ବାପା   ରଶ୍ମିରଞ୍ଜନ ନାୟକ ନାଭାଲରେ ମାଷ୍ଟର ଅଫ ଚିଫ୍‌ ପେଟି ଅଫିସର ଭାବେ ଗୋଆରେ କାର୍ଯ୍ୟରତ ଅଛନ୍ତି । ମାଆ ଅନ୍ନପୂର୍ଣ୍ଣା ନାୟକ  ଓ  ଭଉଣୀ ରିଚାସ୍ମିତା ନାୟକ ରୋନିତ୍‌ଙ୍କ ଏହି ସଫଳତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି ।

ରୋନିତ୍ କୋହ୍ଲାପୁର ସ୍ଥିତ ଆର୍ମଡ୍ ଫୋର୍ସ ପ୍ରିପାରେଟୋରୀ ଇନଷ୍ଟିଚ୍ୟୁଟ (AFPI)ରେ ଶିକ୍ଷା ଲାଭ କରିଥିଲେ । ସେ ନରସିଂହପୁର ସାମ୍ବାଦିକ ସଙ୍ଘର ସଭାପତି ଦେବୀପ୍ରସାଦ ରଥଙ୍କ ଭଣଜା ହୋଇଥିବା ଜଣା ପଡ଼ିଛି ।

   Related Posts