ଇସ୍ପାତ ସହରରେ ଉଡିଲା ରାଜ୍ୟର ସବୁଠୁ ବଡ ତ୍ରିରଙ୍ଗା

Published By : Prameya-News7 Bureau | January 26, 2021 IST

ରାଉରକେଲା ୨୬।୧: ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ । ଆଉ ରାଜ୍ୟରେ ଉଡ଼ିଛି ଦେଶର ୪ର୍ଥ ବଡ଼ ତ୍ରିରଙ୍ଗା । ଦେଶର ୪ର୍ଥ ବଡ଼ ତ୍ରିରଙ୍ଗା ତଥା ରାଜ୍ୟର ପ୍ରଥମ ବଡ଼ ତ୍ରିରଙ୍ଗା ଉଡ଼ିଛି ଇସ୍ପାତ ସହର ରାଉରକେଲାରେ ।

{"id":398818,"sizeSlug":"large","linkDestination":"none"}

ରାଉରକେଲା ସେକ୍ଟର-୬ ଟେଲିଫୋନ୍ ଭବନ ପଡ଼ିଆରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ନିର୍ମାଣ କରାଯାଇଥିବା ପାର୍କ ସହ ସୁନ୍ଦର ପୋଖରୀ ଉଦଘାଟନ ସହ ଉଡ଼ାଯାଇଛି ରାଜ୍ୟର ସବୁଠାର ବଡ଼ ତ୍ରିରଙ୍ଗା । ୭୨ ଫୁଟ ଲମ୍ବ ଏବଂ ୪୮ ଫୁଟ ପ୍ରସ୍ଥ ବିଶିଷ୍ଟ ତ୍ରିରଙ୍ଗାଟି ୭୦ ମିଟର ପତାକା ସ୍ତମ୍ଭରେ ଫରଫର ହୋଇ ଉଡ଼ୁଛି ।

{"id":398819,"sizeSlug":"large","linkDestination":"none"}

ଏହି ତ୍ରିରଙ୍ଗକୁ ଉତ୍ତୋଳନ କରିଥିଲେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସିଇଓ ଦୀପକ ଛଟରାଜ ।  ଜାତୀୟ ସଂଙ୍ଗୀତ ଗାନ କରାଯାଇ  ତ୍ରିରଙ୍ଗା ପତାକା ତଳେ ରାଉରକେଲାବାସୀ ତ୍ରିରଙ୍ଗାକୁ ସ୍ୟାଲୁଟ କରି ବିବିଧତାରେ ଏକତାର ପରିଚୟ ଦେଇଥିଲେ । ଆଉ କହିଥିଲେ ଆଜି ପବିତ୍ର ଦିବସରେ ଏଡ଼େ ବଡ଼ ତ୍ରିରଙ୍ଗା ତଳେ ରହିଥିବାରୁ ଗର୍ବୀତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.