Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଶ୍ବ ଜୁ-ଜୁଟସୁ ଚାମ୍ପିୟାନସିପ ରେ ଓଡିଆ ଝିଅ ଅନୁପମା ସ୍ବାଇଁ ଦେଶ ପାଇଁ ଜିତିଲେ ପ୍ରଥମ ବ୍ରେ।ଞ୍ଚ ମେଡାଲ

4/09/2019 at 6:51 PM

ଭୁବନେଶ୍ୱର ୪।୯- ବିଶ୍ବ ଜୁ-ଜୁଟସୁ ଚାମ୍ପିୟାନସିପ ରେ ଓଡିଆ ଝିଅ ଅନୁପମା ସ୍ବାଇଁ  ବ୍ରେ।ଞ୍ଚ ମେଡାଲ ପାଇ ରାଜ୍ୟ ପାଇଁ ଐତିହାସିକ ସଫଳତା ହାସଲ କରିଛନ୍ତି । ଏଲିଟ ଆଥେଲେଟ  ଭାବେ ଏହି ସୁଯୋଗ ପାଇବାରେ ଅନୁପମା ପ୍ରଥମ ଓଡିଆ । ଅଗଷ୍ଟ ୩୧ ରୁ ସେପେଟେମ୍ବର ୬ ଯାଏଁ  ଦକ୍ଷିଣ କେ।ରିଆରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେ।ଇଥିଲା । ଏହା ସହ ଅନୁପମା ୨୦୨୨ ଏସିଆନ ଜୁ-ଜୁଟୁସୁ ଚାମ୍ପିୟାନସିପ ଫାଇଁ  ମନୋନୀତ ହେବା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ଓଡିଆ ଝିଅ  ଅନୁପମା ସ୍ବାଇଁ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ କମାଲ  କରିଛନ୍ତି । ନିଜ ଉପର କ୍ୟାଟେଗେ।ରୀ ଜୁଟୁସୁ ରେ ଦେଶ ପାଇଁ  କାଂସ୍ୟ ପଦକ ଲାଭ କରି ଭାରତ ପାଇଁ ଏହି କ୍ରୀଡାରେ ପ୍ରଥମ ଅନ୍ତର୍ଜାତୀୟ ମେଡାଲ  ହାସଲ କରିଛନ୍ତି । କ୍ବାଟର ଫାଇନାଲରେ କାଜିକିସ୍ତାନ ପ୍ରତିଯୋଗୀଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିବା ଅନୁପମା, ସେମିରେ ତୁର୍କି ପ୍ରତିଯୋଗୀଙ୍କୁ ସଡନଡେଥରେ ପଛରେ ପକାଇ ପଦକ ହାସଲ କରଛନ୍ତି । ଏହି ପ୍ରତିଯୋଗିତା ଅଗଷ୍ଟ ୩୧ ରୁ ସେପେଟେମ୍ବର ୬ ଯାଏଁ  ସାଉଥ କେ।ରିଆରେ ଅନୁଷ୍ଠିତ ହେ।ଇ ଥିଲା । ଜୁ-ଜୁଟୁସୁ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ମନେ।ନୀତ ହେ।ଇଥିବା ଅନୁପମା ବ୍ରେ।ଞ୍ଚ ପଦକ ପାଇବା ସହ ଏସିଆନ ଚାମ୍ପିୟାନସିପ ପାଇଁ  ମନୋନୀତ ହୋଇଛନ୍ତି ।

 ଭାରତରୁ ଏକ ମାତ୍ର ଖେଳାଳୀ ଭାବେ ଅନୁପମା ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ଓଡିଶାକୁ ଏଇ କିଛି ବର୍ଷ ହେଲା ଏହି ମାର୍ସାଲ ଆର୍ଟ ଆସିଥିବାବେଳେ ଅନୁପମା ଲଗାତର ଓଡିଶା  ତଥା ଭାରତ ପାଇଁ ସଫଳତା ଆଣୁଛନ୍ତି । ଗତ ବର୍ଷ ଥାଇଲାଣ୍ଡ ରେ ଅନୁଷ୍ଠିତ ଏସିଆନ ଜୁଟୁସୁ ଚାମ୍ପିୟାନସିପରେ ମଧ୍ୟ ଭାରତ ପାଇଁ  ସ୍ୱର୍ଣ୍ଣ ପଦକ ଜିତିଥିଲେ ।  ଅନୁପମାଙ୍କ ପରବର୍ତ୍ତୀ ଲକ୍ଷ ୨୦୨୨ ଏସିଆନ ଚାମ୍ପିଅନସିପ ।

ଅନୁପମାଙ୍କ ସଫଳତା ପାଇଁ ଉତ୍କଳ କରାଟେ ସ୍କୁଲ ରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ରେ ଭୁବନେଶ୍ବର ର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯେ।ଗ ଦେଇ ଅନୁପମାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

   Related Posts