ଚର୍ଚ୍ଚାରେ ମୁକ୍ତିକାନ୍ତ ! ମୋଦିଙ୍କୁ ତାଙ୍କ ପ୍ରତିଶୃତି ମନେ ପକାଇଦେବାକୁ ରାଉରକେଲାରୁ ଦିଲ୍ଲୀ ପଦଯାତ୍ରା

Published By : Prameya-News7 Bureau | June 18, 2018 IST

ପ୍ରଧାନମନ୍ତ୍ରୀ ଘୋଷଣା କରିଥତ୍ଲେ ବ୍ରାହ୍ମଣୀ ଉପରେ ଦ୍ବିତୀୟ ବ୍ରୀଜ୍ ସହ ଆଇ.ଜି.ଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା ପାଇଁ କିନ୍ତୁ ପ୍ରଧାନ ମନ୍ତ୍ରୀଙ୍କ ଘୋଷଣାର ତିନି ବର୍ଷ ପରେ ମଧ୍ୟ କାମ ଆରମ୍ବ ହେଲା ନାହିଁ । ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଇ ଦେବାପାଇଁ ଗତ ଅପ୍ରିଲ ୧୬ ତାରିଖରେ ରାଉରକେଲାରୁ ଦିଲ୍ଲୀ ପଦଯାତ୍ରା ଆରମ୍ବ କରିଥତ୍ଲେ ରାଉରକେଲାର ଯୁବକ ମୁକ୍ତିକା’ ବିଶ୍ବାଳ ୧୩୫୦ କିଲୋମିଟର ଚାଲି ପହଚିଂଛନ୍ତି ଉତ୍ତର ପ୍ରଦେଶରେ । ଏହେଉଛି ୨୦୧୪ ମସିହା ଅପ୍ରେଲ୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ଘୋଷଣା ,ରାଉରକେଲା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ବ୍ରାହ୍ମଣୀ ଉପରେ ଦ୍ବିତୀୟ ବ୍ରୀଜ୍ ସହ ଆଇ.ଜି.ଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା ପାଇଁ ହେଲେ ଘୋଷଣାର ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଘୋଷଣା ଘୋଷଣାରେ ରହିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନେ ପକାଇଦେବାପାଇଁ ରାଉରକେଲାର ଏହି ଯୁବକ ମୁକ୍ତିକାନ୍ତ ବିଶ୍ବାଳ ଗତ ଅପ୍ରିଏ୧୬ ତାରିଖ ଦିନ ଆରମ୍ବ କରିଥିଲେ ରାଉରକେଲାରୁ ଦିଲ୍ଲୀ ଅଭିମୁଖେ ପଦଯାତ୍ରା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଚିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନେପକାଇ ଦେବାପାଇଁ ଯେ ଆପଣ ରାଉରକେଲା ଯାଇ କରିଥିବା ଘୋଷଣା ଘୋଷଣାରେ ରହିଯାଇଛି । ଝାଡ଼ଖଣ୍ଡ, ବିହାର ଦେଇ ୧୩୫୦ କିଲୋମିଟର ଅତିକ୍ରମ କଲାପରେ ଦୁଇ ଦିନ ତଳେ ମୁକ୍ତିକାନ୍ତ ପହଚିଂଥିଲେ ଉତ୍ତର ପ୍ରଦେଶ ଆଗ୍ରାରେ । ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅସୁସ୍ତ ହେବାରୁ ସ୍ଥାନୀୟ ଲୋକେ ତାଙ୍କୁ ଡ଼।କ୍ତରଖାନାରେ ଭର୍ତି କରି ଚିକିତ୍ସା କରାଇଥିଲେ । ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବାରୁ ଆଜି ସକାଳ ୧୦ ଟାରେ ମୁକ୍ତିକାନ୍ତ ପୁଣି ତାଙ୍କର ଯାତ୍ରା ଆରମ୍ବ କରିଛନ୍ତି । ଏଖବର ପାଇବା ପରେ କଂଗ୍ରେସର ଉପାଧ୍ୟକ୍ଷ ରାଉଳ ଗାନ୍ଧୀ ଟ୍ବିଟ୍ କରି ସମର୍ଥନ ଜଣାଇଛନ୍ତି, ଉତ୍ତର ପ୍ରଦେଶର ବରିଷ୍ଟ ରାଜନୈତିକ ନେତା ମାନେ ମୁକ୍ତିକାନ୍ତଙ୍କ ଦାବୀକୁ ସମର୍ଥନ କରିବା ସହ ରାଜନୈତିକ ନେତା ରାଜବବର ତାଙ୍କୁ ସମ୍ବର୍ଦ୍ଧନା ଦେବା ସହ ମୁକ୍ତିକାନ୍ତଙ୍କୁ ଭେଟିବା ପାଇଁ ମୁକ୍ତିକାନ୍ତଙ୍କ ନିକଟକୁ ଯାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.